Latest Odisha News

BREAKING NEWS

ଅସ୍ତରଙ୍ଗ ବେଳାଭୂମିରୁ ୩୦ ଫୁଟର ମୃତ ତିମି ମାଛ ଉଦ୍ଧାର

ପୁରୀ: ଗୁରୁବାର ଦିନ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବେଳାଭୂମିରେ ତିମି ମାଛର ମୃତଦେହ ଠାବ ହୋଇଛି । ଏକ ଜାହାଜ କିମ୍ବା ଟ୍ରଲର ଧକ୍କାରେ ତିମିର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । କିଛି ସ୍ଥାନୀୟ ଲୋକେ ୩୦ ଫୁଟର ତିମି ମାଛର ଶବ ଦେଖିବା ପରେ ଶୁକ୍ରବାର ଦିନ ବନ ବିଭାଗକୁ ଖବର ଦେଇଥିଲେ । ତିମି ମାଛକୁ ଜେସିବି ମେସିନ ସାହାଯ୍ୟରେ ସମୁଦ୍ର କୂଳକୁ ଆଣି ପୋଷ୍ଟମର୍ଟମ କରାଯାଇଛି ।

ଜଣେ ବନ ଅଧିକାରୀ କହିଛନ୍ତି, “ତିମି ମାଛର ହୃତପିଣ୍ଡ ଓ ଫୁସଫୁସ ଶରୀରରୁ ବାହାରି ଯାଇଥିବାରୁ ଆମେ ଜାହାଜ କିମ୍ବା ଟ୍ରଲର ଧକ୍କାରେ ମାଛର ମୃତ୍ୟୁ ହୋଇଥିବା ସନେ୍ଦହ କରୁଛୁୂ ।”

Leave A Reply

Your email address will not be published.