Latest Odisha News

BREAKING NEWS

ଆଜିଠୁ ମଞ୍ଜରୀ ଟିଭିରେ ନୂଆ ହାସ୍ୟ ଧାରାବାହିକ ‘କିଡନାପ କମ୍ପାନୀ’

ଭୁବନେଶ୍ୱର: ଆଜି ଠାରୁ ମନୋରଞ୍ଜନ ଚ୍ୟାନେଲ ମଞ୍ଜରୀ ଟିଭିରେ ନୂଆ ହାସ୍ୟରସାତ୍ମକ ଧାରାବାହିକ ‘କିଡନାପ କମ୍ପାନୀ’ ପ୍ରସାରିତ ହେବ । ପ୍ରତି ଶୁକ୍ରବାର ଓ ଶନିବାର ରାତି ୯ଟା ସମୟରେ ଏହା ପ୍ରସାରିତ ହେବ ।

ତିନି ଜଣ ବିଫଳ ବ୍ୟକ୍ତିଙ୍କୁ ନେଇ ଏହି ଧାରାବାହିକର କାହାଣୀ ତିଆରି ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ପ୍ରଜ୍ଞାନ, ଶଙ୍କର, ପ୍ରଣବ ଓ ସୁଶ୍ରୀ ଅଭିନୟ କରିଛନ୍ତି । ଓଡିଆ ଟେଲି ଜଗତର ପରିଚିତ ହାସ୍ୟ ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସ, ଧୀର ମଲ୍ଲିକ, ଜୀବନ ପଣ୍ଡା, ଶକ୍ତି ବରାଳ, ସୁଶାନ୍ତ ମହାପାତ୍ର ଆଦି ଏଥିରେ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବେ ।

ମଞ୍ଜରୀ ଚ୍ୟାନେଲ ପକ୍ଷରୁ ଆଗାମୀ ଦିନରେ କମେଡି ରିଅଲିଟି ସୋ ‘ହାସ୍ୟ ସମ୍ରାଟ ପପୁଙ୍କ ଗାଦିରେ ବସିବ କିଏ ?’ ସହିତ ଭିନ୍ନ ସ୍ୱାଦର ଧାରାବାହିକ ‘ବୋହୂ ଆମର ଏନଆରଆଇ’, ‘ହ୍ୟାଲୋ ହାଏ ନମେସ୍ତ’, ଆଧ୍ୟତ୍ମିକ କାର୍ଯ୍ୟକ୍ରମ ‘ଦିବ୍ୟ ଚେତନା’ ଆସୁଛି ।

Leave A Reply

Your email address will not be published.