Latest Odisha News

BREAKING NEWS

ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କରି ୧ ଲକ୍ଷ ଟଙ୍କା ଜରିମାନା ଗଣିଲା ‘ସୋ’ରୁମ’

ସମ୍ବଲପୁର: ନୂଆ ମୋଟରେ ଯାନ ଆଇନ କଡାକଡି ଭାବରେ ଲାଗୁ ହେବା ପରେ ନିୟମ ଉଲଂଘନକାରୀଙ୍କ ଆଖିରୁ ନିଦ ହଜି ଯାଇଛି ।

ବିନା ରେଜିଷ୍ଟ୍ରେସନ ନମ୍ବରରେ ଗାଡି ବିକ୍ରି କରିଥିବାରୁ ଝାରସୁଗୁଡାର ଏକ ବାଇକ୍ ସୋରୁମକୁ ହୋଇଛି ଲକ୍ଷେ ଟଙ୍କାର ଫାଇନ୍ । ଝାରସୁଗୁଡାର ବାଇକ୍ ସୋ’ରୁମକୁ ଏହି ଫାଇନ୍ କରିଛି ସମ୍ବଲପୁର ପରିବହନ ବିଭାଗ ।

ଫାଇନ କରାଯାଇଥିବା ଏହି ଶୋରୁମଟି ଝାରସୁଗୁଡାର ଶ୍ରୀ ସ୍ବପ୍ନେଶ୍ବର ମୋଟର । ସୋରୁମକୁ ସମ୍ବଲପୁର ପରିବହନ ବିଭାଗ ଏହି ଫାଇନ୍ ଲଗାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଗତ ୪ ତାରିଖ ଦିନ ସନ୍ଧ୍ୟାରେ ସମ୍ବଲପୁର ଲକ୍ଷ୍ମୀ ଟକିଜ୍ ଛକଠାରେ ଗାଡି ଚେକିଂ ସମୟରେ ଉକ୍ତ ସୋରୁମରୁ ବିନା ରେଜିଷ୍ଟ୍ରେସନରେ ଗାଡି କିଣିଥିବା ସମ୍ବଲପୁରର ଶିବାଶିଷ ପଟେଲଙ୍କୁ ମଧ୍ୟ ଲାଇସେନ୍ସ ନଥିବା କାରଣରୁ ୫ ହଜାର ଓ ହେଲମେଟ୍ ପାଇଁ ୧ ହଜାର ଟଙ୍କା ଫାଇନ୍ ଭରିବାକୁ ପଡିଛି । ଗାଡି ମାଲିକ ଓ ସୋ’ରୁମକୁ ମୋଟ୍ ୧ ଲକ୍ଷ୬ ହଜାର ଟଙ୍କାର ଫାଇନ ଲାଗିଛି ।

Leave A Reply

Your email address will not be published.