Latest Odisha News

BREAKING NEWS

ପଶ୍ଚିମବଙ୍ଗ ନିର୍ବାଚନ: ବୁରଖା ପିନ୍ଧା ଭୋଟରଙ୍କୁ ନେଇ ଚିନ୍ତାରେ ବିଜେପି

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ଜିତିବା ପାଇଁ ବିଜେପି ଜୋରସୋରରେ ଉଦ୍ୟମ ଆରମ୍ଭ କରିଦେଇଛି । ଏହା ମଧ୍ୟରେ ଶୁକ୍ରବାର ବୁରଖାଧାରୀ ଭୋଟରଙ୍କୁ ନେଇ ବିଜେପି ନିର୍ବାଚନକମିଶନଙ୍କ ଦ୍ୱାରସ୍ତ ହୋଇଛି । ବିଜେପି ପକ୍ଷରୁ ଲେଖାଯାଇଥିବା ପତ୍ରରେ ଉଲ୍ଲେଖ ରହିଛି ଯେ, ଭୋଟରଙ୍କ ପ୍ରକୃତ ଚିହ୍ନଟ ନେଇ ଆମେ ଦ୍ୱନ୍ଦ୍ୱରେ । ମୁସଲମାନ ବହୂଳ ଅଂଚଳରେ ମହିଳାମାନେ ବୁରଖା ପିନ୍ଧି ଭୋଟ ଦେଇଥାନ୍ତି । ଯାହାକୁ ସେଂଟ୍ରାଲ ପୋଲିସ ଫୋର୍ସ ଠିକ୍ ଭାବେ ଚିହ୍ନଟ କରିପାରନ୍ତି ନାହିଁ । ସେହି ସ୍ଥାନରେ ସିପିଏଫର ମହିଳା ପୋଲିସଙ୍କୁ ନିଯୁକ୍ତି ଦିଆଯାଉ ।

ସେହିପରି ଆଶ୍ଚର‌୍ୟ୍ୟଜନକ ଭାବେ ମତଦାତାଙ୍କ ବୃଦ୍ଧି ନେଇ ମଧ୍ୟ ବିଜେପି ଚିନ୍ତା ବ୍ୟକ୍ତ କରିଛି । ଉଦାହରଣ ସ୍ୱରୂପ ବାଂଲାଦେଶ ସୀମା ନିକଟରେ ଥିବା ବିଧାନସଭା ନମ୍ବର ୧୪୯ ବସ୍ତି, ୧୫୧ ସୋନାରପୁର, ୧୫୭ ମୋତିୟାବ୍ରୁଜ ଅଂଚଳରେ ୧୦ ପ୍ରତିଶତ ମତଦାତା ବୃଦ୍ଧି ହୋଇଛନ୍ତି । ଏହାର ତଦନ୍ତ କରାଯାଉ ଏବଂ ପ୍ରକୃତ ମତଦାତାଙ୍କୁ ଭୋଟ ଦେବା ଅଧିକାର ପ୍ରଦାନ କରାଯାଉ ବୋଲି ବିଜେପି କହିଛି ।

Leave A Reply

Your email address will not be published.