Latest Odisha News

ଦୁଇ ଦିନ ପରେ ଉଦ୍ଧାର ହେଲା ଅପହୃତ ହାର୍ଦ୍ଦିକ

ପାରଳାଖେମୁଣ୍ଡି: କାଶୀନଗର କୁମୁଟିସାହିରୁ ନିଖୋଜ ହୋଇଥିବା ୭ ବର୍ଷର ବାଳକ ହାର୍ଦ୍ଦିକକୁ ଆଜି ଉଦ୍ଧାର କରାଯାଇଛି । କାଶୀନଗରଠାରୁ ୩ କିଲୋମିଟର ଦୂର କଇଠପଦର ସ୍ଥିତ ସିମେଣ୍ଟ ସାମଗ୍ରୀ ତିଆରି କାରାଖାନା ନିକଟରୁ ସେ ଉଦ୍ଧାର ହୋଇଛି । ପୁଅକୁ ପାଇବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।

ଆଜି ସକାଳୁ ହାର୍ଦ୍ଦିକଙ୍କ ବାପା ଜେ ଗୋପୀ ମନ୍ମଥଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ଫୋନ କରି କାରାଖାନା ନିକଟରେ ହାର୍ଦ୍ଦିକ ଥିବା ଜଣାଇଥିଲେ । ଏହାପରେ ପୁଲିସ ସହ ସେଠାରେ ପହଞ୍ଚି ଗୋପୀ ପୁଅକୁ ସେଠାରୁ ଉଦ୍ଧାର କରିଥିଲେ । ଗତ ବୁଧବାର ଅପରାହ୍ନରେ ପିଲାଟି ସାଙ୍ଗମାନଙ୍କ ସହ ଖେଳଉଥିବା ଦୁଇ ଜଣ ଅଜଣା ବୟକ୍ତି ତାକୁ ବାଇକରେ ଉଠାଇ ନେଇଥିଲେ । ରାତି ହୋଇଯିବାରୁ ଘରକୁ ହାର୍ଦ୍ଦିକ ନ ଫେରିବାରୁ ପରିବାର ଲୋକେ ସାଙ୍ଗମାନଙ୍କୁ ପଚରାଉଚରା କରିଥିଲେ । ଏହା ପରେ ଜଣାପଡିଥିବା ଯେ ତାଙ୍କୁ କେହି ଅପହରଣ କରି ନେଇଛି । ତେଣୁ ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ସେପଟେ ହାର୍ଦ୍ଦିକ କହିଛି ସେହି ଅପହରଣକାରୀମାନେ ତାଙ୍କ ବାପାଙ୍କ କାଜୁ କାରଖାନା ବୁଲାଇ ଆଣିବେ କହି ତାଙ୍କୁ ସାଙ୍ଗରେ ନେଇଯାଇଥିଲେ ।

ତେବେ ଅପହରଣକାରୀମାନେ କେଉଁ ଉଦ୍ଦେଶୟରେ ତାଙ୍କୁ ଅପହରଣ କରିଥିଲେ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.