Latest Odisha News

BREAKING NEWS

ଆରପାରିରେ ଭେଟେରାନ୍ ଅଭିନେତା କାଦର ଖାନ୍

ମୁମ୍ବାଇ : ବଲିଉଡର ଭେଟେରାନ ଅଭିନେତା ତଥା କମେଡି କିଙ୍ଗ କାଦର ଖାନଙ୍କ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି । କାନାଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ଆଜି ସେ ଇହଲୀଳା ତ୍ୟାଗ କରିଛନ୍ତି ।

ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଅନ୍ତିମ ସମୟରେ ତାଙ୍କ ଧର୍ମପତ୍ନୀ, ପୁଅ ସର୍ଫରାଜ, ବୋହୂ ଓ ନାତୀନାତୁଣୀ ମାନେ ତାଙ୍କ ନିକଟରେ ଉପସ୍ଥିତ ରହିଥିଲେ ।

ବଲିଉଡର ଏହି ମହାନ ଅଭିନେତାଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପୁଅ ଟୋର୍ଣ୍ଣାଟୋସ୍ଥିତ ଏକ ନ୍ୟୁଜ ଏଜେନ୍ସିରେ ସୂଚନା ଦେଇଛନ୍ତି ।

କାଦର ଖାନ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଥିବାରୁ ବାଇପ୍ୟାପ ଭେଣ୍ଟିଲେଟର ଥିଲେ ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଗମ୍ଭୀର ରହିଥିଲା ।

ଦୀର୍ଘଦିନରୁ କାଦର ପ୍ରୋଗ୍ରେସିଭ ସୁପ୍ରାନ୍ୟୁକ୍ଲିୟର ରୋଗରେ ପୀଡିତ ଥିଲେ । ଯେଉଁଥି ପାଇଁ ସେ ଖାଦ୍ୟପାନୀୟ, କଥାବାର୍ତ୍ତା ଓ ଦେଖିବାରେ ମଧ୍ୟ କଷ୍ଟ ଅନୁଭବ କରୁଥିଲେ ।

କାବୁଲରେ ଜନ୍ମିତ କାଦର ଖାନ ୧୯୭୩ ମସିହାରେ ରାଜେଶ ଖାନ୍ନାଙ୍କ ଫିଲ୍ମ ‘ଦାଗ’ ଜରିଆରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ପାଖାପାଖି ୩୦୦ରୁ ଅଧିକ ଫିଲ୍ମରେ କାମ କରିଥିବାବେଳେ ସେ ନିଜ ଅଭିନୟର ଯାଦୁରେ ଦର୍ଶକମାନଙ୍କ ହୃଦୟକୁ ଛୁଇଁପାରିଥିଲେ । ଏଥିସହିତ ସେ ପ୍ରାୟ ୨୫୦ଟି ଫିଲ୍ମର ଡାଇଲଗ ମଧ୍ୟ ଲେଖିଛନ୍ତି ।

ଏହି ବହୁମୁଖୀ ପ୍ରତିଭାଧାରୀ ଅଭିନେତା ଜଣଙ୍କ ସିନେମାରେ ଉଭୟ ପଜିଟିଭି ଓ ନେଗେଟିଭ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ ।

Leave A Reply

Your email address will not be published.