Latest Odisha News

BREAKING NEWS

ଭାରତୀୟ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଡମିରାଲ୍ ଦିନେଶ ତ୍ରିପାଠୀ

ନୂଆଦିଲ୍ଲୀ: ଆଡମିରାଲ ଦିନେଶ କୁମାର ତ୍ରିପାଠୀଙ୍କୁ ମିଳିଲା ନୌସେନା ମୁଖ୍ୟ ଦାୟିତ୍ୱ । ଏହା ପୂର୍ବରୁ ନୌସେନାର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତ୍ୱରାନ୍ୱିତ କରିଥିଲେ ଦିନେଶ । ନୌସେନାର ମୁଖ୍ୟ ଆର.ହରି କୁମାରଙ୍କ ଅବସର ପରେ ବର୍ତ୍ତମାନ ତାଙ୍କ ସ୍ଥାନରେ ଆଡମିରାଲ ଦିନେଶ କୁମାରଙ୍କୁ ନିଯୁକ୍ତି ମିଳିଛି । ବର୍ତ୍ତମାନର ନୌସେନା ମୁଖ୍ୟ ପିଭିଏସଏମ, ଏଭିଏସଏମ, ଭିଏସଏମ ଆଡମିରାଲ ଆର. ହରି କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏବେ ୨୬ତମ ଭାରତୀୟ ନୌସେନା ମୁଖ୍ୟ ହୋଇଛନ୍ତି ଆଡମିରାଲ ଦିନେଶ ତ୍ରିପାଠୀ ।

ନୌସେନାରେ ପ୍ରାୟ ୪୦ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ଏକାଧିକ ଗୁରୁ ଦାୟିତ୍ବ ଓ ସାମୁଦ୍ରିକ ମିଶନର ନେତୃତ୍ବ ମଧ୍ୟ ନେଇଛନ୍ତି । ୧୯୮୫ ମସିହା ଜୁଲାଇ ୧ ତାରିଖରେ ନୌସେନାରେ ଯୋଗ ଦେଇଥିଲେ । ଦିନେଶ କୁମାର ରିୱା ସୈନିକ ସ୍କୁଲ୍‌ ଏବଂ ନ୍ୟାସ୍‌ନାଲ୍ ଡିଫେନ୍ସ ଆକାଡେମୀରେ ନିଜର ଶିକ୍ଷା ସମାପ୍ତ କରିଥିଲେ । ନୌସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ପଶ୍ଚିମ-ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବରେ ମୁମ୍ବାଇ ନୌସେନା ବେସରେ କାର୍ଯ୍ୟରତ ଥିଲେ ।

ଇଲେକ୍ଟ୍ରିକ ଯୁଦ୍ଧ ବିଶେଷଜ୍ଞ, ସିଗନାଲ କମ୍ୟୁନିକେସନ୍ ଅଫିସର, ଇଲେକ୍ଟ୍ରୋନିକ୍ ୱାରଫେୟାର ଅଫିସର, ଗାଇଡ୍ ମିସାଇଲ୍ ବିନାଶକାରୀ ଆଇଏନଏସର ମୁମ୍ବାଇର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବେଶ୍ ପ୍ରଶଂସନୀୟ କାର୍ଯ୍ୟ ଦକ୍ଷତା ହାସଲ କରିଛନ୍ତି। ଏହାପରେ ପରେ ସେ ପଦୋନ୍ନତୀ ପରେ ପଦୋନ୍ନତୀ ପାଇ ଶେଷରେ ନୌସେନାର ସର୍ବୋଚ୍ଚ ଅଧିକାରୀ ହୋଇଛନ୍ତି। ଆଜି ନୂଆ ଦାୟିତ୍ୱ ନେବା ପୂର୍ବରୁ ପ୍ରଥମେ ନିଜ ଜନ୍ମଦାତ୍ରୀ ମାଆଙ୍କ ଆଶୀର୍ବାଦ ନେଇଥିଲେ ଦିନେଶ

Leave A Reply

Your email address will not be published.