Latest Odisha News

BREAKING NEWS

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଧରାପଡିଲେ ଏଆରଆଇ

ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ଧରା ପଡିଲେ ଏଆରଆଇ । ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ଏଆରଆଇ ରେସ୍ମା ମାଝୀ ଓ ତାଙ୍କ ସହଯୋଗୀ ବାବୁଲାଲ ନନ୍ଦ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଭିଜିଲାନ୍ସ ଟିମ୍ ହାତରେ । ଏମାନେ ଜମି ନୋଟିଫିକେସନ ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ  । ସୂଚନା ଅନୁସାରେ ,ଏଆରଆଇ ରେସ୍ମା ମାଝୀ ଜମି ନୋଟିଫିକେସନ ବାବଦକୁ ବାସୁଦେବ ରଣାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଏନେଇ ବାସୁଦେବ ବଲାଙ୍ଗୀର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ସୂଚନା ମୂତାବିକ ବଲାଙ୍ଗିର ଡିଏସପି କୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ବରଗଡ଼ ଓ ସମ୍ବଲପୁରର ମିଳିତ ଟିମ୍ ସହଯୋଗରେ ଚଢାଉ କରାଯାଇଥିଲା । ପରେ ସମ୍ପୃକ୍ତ ଲାଞ୍ଚ ଟଙ୍କା ଉଭୟ ଅଭିଯୁକ୍ତ ରେସ୍ମା ମାଝୀ ଏବଂ ବାବୁଲାଲ ନନ୍ଦ ନିକଟରୁ ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହାପରେ ରେସ୍ମାକୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ରେସ୍ମାଙ୍କ ବିଭିନ୍ନ କାର୍ଯ୍ୟାଳୟ ରେଡ୍ ଜାରି ରଖିଛି ।

 

Leave A Reply

Your email address will not be published.