Latest Odisha News

BREAKING NEWS

ମହାଭାରତର ଅଶ୍ୱତ୍ଥାମା ସାଜିବେ ଭିକି କୌଶଲ !

ମୁମ୍ବାଇ: ଫିଲ୍ମ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌ର ଅପୂର୍ବ ସଫଳତା ପରେ ପୁଣିଥରେ ଏକାଠି ହେବେ ଅଭିନେତା ଭିକି କୌଶଲ ଓ ନିର୍ଦ୍ଦେଶକ ଆଦିତ୍ୟ ଧର । ଏକ ମାଇଥୋଲଜିକାଲ ପିରିଅଡ ଡ୍ରାମା ମୂଭିରେ ଏକାଠି କାମ କରିବେ ଦୁହେଁ । ଫିଲ୍ମର ସୁଟିଂ ଜାନୁଆରୀ ୨୦୨୧ରେ ହେବ ବୋଲି ଯୋଜନା ରହିଥିଲା । ହେଲେ କରୋନା ମହାମାରୀ ପାଇଁ ବଦଳିଛି ଯୋଜନା ।

ନିର୍ମାଣ ହେବ ମାଇଥୋଲଜିକାଲ ଫିଲ୍ମ ଅଶ୍ୱତ୍ଥାମା । ତିନୋଟି ପାର୍ଟରେ ସୁପରହିରୋ ଉପରେ ଆଧାରିତ ଏହି ଫିଲ୍ମର ସୁଟିଂ ଏପ୍ରିଲ ମାସରେ ଆରମ୍ଭ ହେବ । ନିର୍ଦ୍ଦେଶକ ଆଦିତ୍ୟଙ୍କ ଅନୁଯାୟୀ ଡିସେମ୍ବର ମାସ ଶେଷ ସୁଦ୍ଧା ଫିଲ୍ମ ତଖ୍‌ତର ସୁଟିଂ ସରିବ । ଏହା ପରେ ଭିକି ଅଶ୍ୱତ୍ଥାମା ପାଇଁ ତିନିମାସ ଟ୍ରେନିଂ ନେବେ । ଟ୍ରେନିଂ ପରେ ୨୦୨୧, ଏପ୍ରିଲରେ ଆରମ୍ଭ ହେବ ଫିଲ୍ମର ସୁଟିଂ ।

 

View this post on Instagram

 

Let’s GO!! ⚡️?❄️ #TheImmortalAshwatthama

A post shared by Aditya Dhar (@adityadharfilms) on

ଫିଲ୍ମ ଉରି ପାଇଁ ଭିକି ନିଜର ଓଜନ ବଢାଇଥିଲେ । ହେଲେ ଅଶ୍ୱତ୍ଥାମା ପାଇଁ ତାଙ୍କୁ ଓଜନ କମାଇବାକୁ ପଡିବ । ପୂର୍ବରୁ ଅନେକ ଫିଲ୍ମରେ ଅର୍ଜୁନ ଓ କର୍ଣ୍ଣଙ୍କୁ ନେଇ ଚର୍ଚ୍ଚା ହୋଇଛି । ହେଲେ ଅଶ୍ୱତ୍ଥାମାଙ୍କୁ ନେଇ କୌଣସି ଚର୍ଚ୍ଚା କିମ୍ବା ଫିଲ୍ମ ନିର୍ମାଣ ହୋଇନି । ମହାଭାରତରେ ଦ୍ରୋଣଙ୍କ ପୁଅ ଭାବେ ଅଶ୍ୱତ୍ଥାମା ଜଣେ ପରାକ୍ରମ ଯୋଦ୍ଧା ଥିଲେ । ଏହି କାରଣରୁ ଫିଲ୍ମଟି ନିଶ୍ଚିତ ଭାବେ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ନିର୍ଦ୍ଦେଶକ ଆଦିତ୍ୟ ଆଶାୟୀ ଅଛନ୍ତି ।

ଫିଲ୍ମର ସୁଟିଂ ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ରୀନ୍‌ଲ୍ୟାଣ୍ଡ, ଟୋକିଓ, ନ୍ୟୁ ଜିଲ୍ୟାଣ୍ଡ ଓ ନାମିବିଆରେ ହେବ । ସୁଟିଂ ପରେ ଭିଏଫଏକ୍ସ କାମ ହେବ ଆମେରିକାରେ । ତେବେ ଭିକିଙ୍କୁ ବାଦ୍ ଦେଲେ ଏହି ଫିଲ୍ମରେ ଅନ୍ୟ ଷ୍ଟାରକାଷ୍ଟଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.