Latest Odisha News

BREAKING NEWS

[ଭିଡିଓ] ସେନା ଦିବସରେ ସାମ୍ନାକୁ ଆସିଲା ଭାରତୀୟ ସେନାର ଯୁଦ୍ଧ ପୋଷାକ

ନୂଆଦିଲ୍ଲୀ: ଭାରତୀୟ ସେନାର ୭୪ତମ ପ୍ରତିଷ୍ଠା ଦିବସରେ ସର୍ବସାଧାରଣରେ ପ୍ରଦର୍ଶନ ଯବାନଙ୍କ ପାଇଁ ଉଦ୍ଧିଷ୍ଟ ନୂତନ ()ଯୁଦ୍ଧ ପୋଷାକ । ନୂଆ ପୋଷାକ ପିନ୍ଧି ଭାରତୀୟ ଯବାନମାନେ ଦିଲ୍ଲୀର କାଣ୍ଟୋନମେଣ୍ଟ ରୋଡ୍ ପ୍ୟାରେଡ୍ ପଡିଆକୁ ଓହ୍ଲାଇଥିଲେ ।

ଗତବର୍ଷ ଡିସେମ୍ବର ମାସରେ ଭାରତୀୟ ସେନାର ପୋଷାକ ବଦଳିବା ନେଇ ଖବର ଚର୍ଚ୍ଚାରେ ରହିଥିଲା । ନୂତନ ଭାବେ ପ୍ରସ୍ତୁତ ହୋଇଥିବା ଏହି ପୋଷାକ ବ୍ରିଟିଶ ସେନାର ପୋଷାକ ସହ ସାମଂଜସ୍ୟ ରଖିଛି ।

ଏହି ନୂତନ ପୋଷାକକୁ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲଜିର ସହଭାଗୀତାରେ ପ୍ରସ୍ତୁତ କରାଯାଇଥିବା ସୂଚନା ରହିଛି । ଯୁଦ୍ଧକ୍ଷେତ୍ର ସ୍ଥିତିକୁ ଅନୁଧ୍ୟାନ କରି ଏହି ଆରାମଦାୟକ ପୋଷାକ ପ୍ରସ୍ତୁତ ହୋଇଥିବା ସେନାଧିକାରୀ ପ୍ରକାଶ କରିଛନ୍ତି । ଚଳିତବର୍ଷ ଅଗଷ୍ଟ ମାସ ସୁଦ୍ଧା ଏହି ପୋଷାକ ଯବାନଙ୍କୁ ପ୍ରଦାନ କରାଯିବା ନେଇ ସୂଚନା ରହିଛି ।

Comments are closed, but trackbacks and pingbacks are open.