Latest Odisha News

ତିହାର ଜେଲରେ ଚିଦାମ୍ବରମଙ୍କୁ ଭେଟିଲେ ସୋନିଆ ଓ ମନମୋହନ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସୋମବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ତିହାର ଜେଲରେ ସାକ୍ଷାତ କରିଛନ୍ତି ।

ଆଇଏନଏକ୍ସ ଦୁର୍ନୀତି ମାମଲାରେ ପି.ଚିଦାମ୍ବରମଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ସେ ବିଚାରଧୀନ କଏଦୀ ଭାବେ ତିହାର ଜେଲରେ ସଜ୍ଜା କାଟୁଛନ୍ତି ।

ଗତ ସେପ୍ଟେମ୍ବର ୫ ତାରିଖରୁ ଜେଲରେ କଏଦୀ ଭାବେ ଦିନ କାଟୁଥିବା ଚିଦାମ୍ବରମଙ୍କୁ ଦଳ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଥିବା ନେଇ ଏହି ଦୁଇ ନେତା ପ୍ରକାଶ କରିଛନ୍ତି ।

ତାଙ୍କୁ ଦେଖା କରିବାକୁ ଆସିଥିବା ଯୋଗୁଁ ସେ ଏହି ଦଳୀୟ ନେତାଙ୍କୁ ପ୍ରଶଂସା କରିଛନ୍ତି । ଏପରିକି ନିଜ ଟ୍ୱିଟର ଆକାଉଣ୍ଟରେ ଏନେଇ ଟ୍ୱିଟ୍ କରିବା ଲାଗି ସେ ନିଜ ପରିବାର ବର୍ଗଙ୍କୁ କହିଥିବା ଉଲ୍ଲେଖ କରିଛନ୍ତି ।

ସୂଚନାନୁଯାୟୀ,୨୦୦୭ ମସିହାରେ ଚିଦାମ୍ବରମ ଏୟାରସେଲ୍-ମାକ୍ସିସ୍ ଚୁକ୍ତିରେ ନିଜ ପଦବୀର ଦୁରୋପଯୋଗ କରିଥିବା ନେଇ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦର୍ଶାଇଥିଲା । ଏହି ଘଟଣାରେ ପୁଆ କାର୍ତ୍ତି ଚିଦାମ୍ବରମ୍, ଆଇଏନଏକ୍ସର ସହ ପ୍ରତିଷ୍ଠାତା ପିଟର ଓ ଚନ୍ଦ୍ରାଣୀ ମୁଖାର୍ଜି ମଧ୍ୟ ସମ୍ପୃକ୍ତ ରହିଥିଲେ । ଆହୁରି ମଧ୍ୟ ଉଭୟ ପିଟର ଓ ଚନ୍ଦ୍ରାଣୀ ମୁଖାର୍ଜି ବହୁ ଚର୍ଚ୍ଚିତ ଶୀନା ବୋରା ହତ୍ୟାକାଣ୍ଡ ମାମଲାରେ ମୁମ୍ବାଇ ଜେଲରେ ଦିନ କାଟୁଛନ୍ତି ।

Leave A Reply

Your email address will not be published.