Latest Odisha News

BREAKING NEWS

ନୂଆ ମିଶନରେ ବିଦ୍ୟା ବାଲାନ…

ମୁମ୍ବାଇ: ପାଖାପାଖି ଦେଢ ବର୍ଷ ପରେ ବଲିଉଡ୍‌କୁ ଫେରିଛନ୍ତି ଅଭିନେତ୍ରୀ ବିଦ୍ୟା ବଲାନ । ବିଦ୍ୟାଙ୍କ ହାତରେ ଏବେ ଅଫର ଉପରେ ଅଫର୍‌।

ଆଗାମୀ ଅଗଷ୍ଟ ୧୫ରେ ତାଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ରିଲିଜ୍‌ ହେବାକୁ ଯାଉଥିବା ବେଳେ ନିଜ ପରବର୍ତ୍ତି ଫିଲ୍ମ ପାଇଁ ଲଣ୍ଡନରେ ପହଞ୍ଚି ସାରିଲେଣି ବିଦ୍ୟା ।

ସାଉଥ୍‌ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟର ଜାଦୁ ବିଛେଇ ଥିବା ବିଦ୍ୟା ଏଥର ଏକ ବାୟୋପିକରେ କାମ କରିବେ ବୋଲି ଶୁଣିବାକୁ ମିଳିଛି।

ହ୍ୟୁମାନ କମ୍ପ୍ୟୁଟର ଭାବେ ପରିଚିତ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ବାୟୋପିକରେ ବିଦ୍ୟା ମୁଖ୍ୟ ଭୂମିକାରେ ଆସିବେ ବୋଲି ଜଣାପଡିଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହାର ଶୁଟିଂ ଆରମ୍ଭ ହେବାକୁ ଥିବା ବେଳେ ଏହାର କିଛି ଅଂଶ ଲଣ୍ଡନରେ ଓ ବାକି ଅଂଶ ମୁମ୍ବଇରେ ଶୁଟିଂ କରାଯିବ ବୋଲି ଚର୍ଚ୍ଚା ହେଉଛି।

ଏହାପରେ ବିଦ୍ୟା ଏନଟି ରାମାରାଓଙ୍କ ବାୟୋପିକରେ କାମ କରିବାର ଅଛି ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.