Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବାଲିପାଟଣା ଏଏସଆଇ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ମହିଳା ଏଏସଆଇ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନାର ମହିଳା ଏଏସଆଇ ପୁସ୍ପଲତା ପାଇକରାୟଙ୍କୁ ବୁଧବାର ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି । ଜଣେ ଏତଲାକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା ।

୨୦୨୦ର ଏକ ମାମଲାରେ କଠୋର ଦଫା ଲଗାଇ ଶୀଘ୍ର ତଦନ୍ତ ସାରି ଚାର୍ଜସିଟ୍ ଦାଖଲ କରିବାକୁ ପୁସ୍ପଲତା ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଲାଞ୍ଚ ମାଗିଥିଲେ । ପୂର୍ବ ଅଭିଯୋଗ ଅନୁଯାୟୀ ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଧରିଥିଲା ।

ସମସ୍ତ ୫ ହଜାର ଟଙ୍କା ନଗଦ ରାଶି ପୁସ୍ପଲତାଙ୍କ ନିକଟରୁ ଜବତ ହୋଇଛି । ଏହି ଘଟଣାରେ ପିସି ଆକ୍ଟ-୨୦୧୮ର ସେକ୍ସନ-୭ ଆଧାରରେ ତାଙ୍କ ବିରୋଧରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.