Latest Odisha News

ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ : ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଳିରେ ରୁକୁଣା ରଥଯାତ୍ରା ।

ଭୁବନେଶ୍ୱର : ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ମହାଆନନ୍ଦରେ ମହାପ୍ରଭୁଙ୍କ ରଥକୁ ଟାଣୁଛନ୍ତି ଭକ୍ତଗଣ । ଆଜି ପବିତ୍ର ଅଶୋକା ଅଷ୍ଟମୀ ଅବସରରେ ଦୀର୍ଘ ୨ ବର୍ଷ ପରେ ଭକ୍ତ ଟାଣୁଛନ୍ତି ରୁକୁଣା ରଥ । ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଗ୍ନୀ ରୁକ୍ମଣୀ ରଥରେ ବିରାଜିତ ହୋଇଛନ୍ତି ।

ଯାତ ବିଧି ଓ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ହେବା ପରେ ରଥରେ ସଖି ଖଞ୍ଜା ହୋଇଥିଲେ ଓ ଘୋଡ଼ା ଯୋଚା ହୋଇଥିଲେ । ଏହା ପରେ ରଥ ଦାଣ୍ଡରେ ମାଉସୀ ମା ଅଭିମୁଖେ ଗଡ଼ିବା ଆରମ୍ଭ କରିଛି । ରଥ ଟଣା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୯୦ ଜଣ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.