Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବ୍ଲକଗ୍ରାଣ୍ଟ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବ୍ଲକଗ୍ରାଣ୍ଟ ଶିକ୍ଷକ । ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ସ୍ଥିତ ତିଲେଇମାଳ ସ୍କୁଲର ଜଣେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ତାଙ୍କ ନାଁ ପ୍ରମୋଦ ପାଣିଗ୍ରାହୀ । ସେ ତିଲେଇମାଳ ସ୍କୁଲର ପ୍ରଧାନଶିକ୍ଷକ ଅଛନ୍ତି  । ଏକକାଳୀନ ପାଞ୍ଚଟି ସ୍ଥାନରେ ଚଢ଼ାଉ ଚାଲିଛି ।

ତିଲେଇମାଳରେ ଥିବା ତାଙ୍କ ପୈତୃକ ଘର, ବରପାଲି କପିଳେଶ୍ୱରନଗର ସ୍ଥିତ ବାସଭବନ, ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ସ୍ଥିତ ଘର, ଗଣ୍ଠିଆପାଲି ସ୍ଥିତ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ମିଳିତ ଚଢ଼ାଉ ଜାରି ରଖିଛନ୍ତି ।

Leave A Reply

Your email address will not be published.