ବାରିପଦା: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ବାରିପଦାରୁ ୨ ଅଡିଟ୍ ଅଫିସର୍ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍। ୫ ଲକ୍ଷରୁ ଅଧିକ ଟଙ୍କା ନେଇ ଯିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍। ଅଡିଟ୍ ଅଫିସର୍ ପ୍ରଜ୍ଞା ପ୍ରକାଶ ପାତ୍ର ଓ ପ୍ରଶାନ୍ତ ପ୍ରଧାନ ଅଟକ।
ପ୍ରଥମେ ଅଟକ ପରେ ଗିରଫ କରି ଅଫିସରଙ୍କୁ ଅଧିକ ପଚରାଉଚରା ଲାଗି ରାତାରାତି ଭୁବନେଶ୍ୱର ନେଇଛି ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ ମୟୁରଭଞ୍ଜର ବିଭିନ୍ନ ଆଶ୍ରମ ଓ ଆଦିବାସୀ ହଷ୍ଟେଲ୍ ଅଡ଼ିଟ୍ ପାଇଁ ଆସିଥିଲେ । ସପ୍ତାହେ ରୁ ଅଧିକ ଦିନ ହେବ ଲଜିଂରେ ରହି ଆସୁଥିଲେ ୨ ଅଡିଟ୍ ଅଫିସର୍ । ବିଶେଷସୁତ୍ରରୁ ଖବର ପାଇ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ ।

