Latest Odisha News

BREAKING NEWS

ଗ୍ରାହକଙ୍କୁ ବଡ଼ ଝଟକା! ଆଜିଠୁ ୫ ଦିନ ବନ୍ଦ ରହିବ ବ୍ୟାଙ୍କିଙ୍ଗ୍‌ ସେବା

ଭୁବନେଶ୍ୱର: ଅଡୁଆରେ ପଡ଼ିପାରନ୍ତି ଗ୍ରାହକ। କାରଣ ଆଜି (୧୧ ସେପ୍ଟେମ୍ବର ୨୦୨୬) ଠାରୁ ୫ ଦିନ ଯାଏ ବ୍ୟାଙ୍କ ବନ୍ଦ ରହିବ। ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଓଡ଼ିଶା ସମେତ ସାରା ଭାରତରେ ବ୍ୟାଙ୍କିଙ୍ଗ୍ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ୫ ଦିନିଆ କାର୍ଯ୍ୟଦିବସ (ସମସ୍ତ ଶନିବାର ଛୁଟି) ଏବଂ ଅନ୍ୟାନ୍ୟ ଦାବି ନେଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଏହି ଆନ୍ଦୋଳନର ଡାକରା ଦିଆଯାଇଛି।

୫ ଦିନ କାର୍ଯ୍ୟ ସପ୍ତାହ କାର୍ଯ୍ୟାନ୍ୱୟନରେ ବିଳମ୍ବ, ପ୍ରଦର୍ଶନ-ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍ଆଇ) ସ୍କିମକୁ ନେଇ ମତଭେଦ ଏବଂ ପେନସନ୍ ପ୍ରସଙ୍ଗ ସହ ଅନ୍ୟାନ୍ୟ ପିଛିଲା ଦାବିକୁ ନେଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ୍ସ(ୟୁଏଫ୍ବିୟୁ) ଶୁକ୍ରବାର ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି । ୧୧ ତାରିଖ ଶୁକ୍ରବାର ଧର୍ମଘଟ, ଶନିବାର ଏବଂ ରବିବାର ଛୁଟି ଓ ସୋମବାର ଗଣେଷ ପୂଜା ଏବଂ ମଙ୍ଗଳବାର ନୂଆଖାଇ ଛୁଟି ଥିବାରୁ ରାଜ୍ୟରେ ମୋଟ ୫ ଦିନ ବ୍ୟାଙ୍କିଙ୍ଗ୍ ସେବା ଠପ୍ ହୋଇଯାଇପାରେ ।

ଶାଖାରେ ଚେକ୍ କ୍ଲିୟରାନ୍ସ, ଟଙ୍କା ଜମା ଏବଂ ଉଠାଣ ସହ ଅନ୍ୟାନ୍ୟ ସେବା ପ୍ରଭାବିତ ହେବ। ଧର୍ମଘଟରେ ରାଜ୍ୟରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପ୍ରାୟ ୭୦ ହଜାର କର୍ମଚାରୀ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ୟୁଏଫ୍ବିୟୁ ଓଡ଼ିଶା ଶାଖାର ସଭାପତି ବୈଲୋଚନ ସାହୁ ଶାଖା ଏବଂ କାର୍ଯ୍ୟାଳୟରେ ସେବା ବ୍ୟାହତ ହେବ। ଅନ୍ୟପକ୍ଷରେ, ଆଉ ୪ ଦିନ ଛୁଟି ରହିଛି। ଯଦିଓ ଏଟିଏମ୍ ଗୁଡ଼ିକରେ ଆଗୁଆ ଟଙ୍କା ଭରାଯାଇଛି ଏହା ଦିନେ ଦୁଇ ଦିନ ମଧ୍ୟରେ ଶେଷ ହୋଇଯାଇପାରେ। ଗ୍ରାହକ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି।

 

Comments are closed.