Latest Odisha News

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଆରଏମସିର ମାର୍କେଟ ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଯାଜପୁର: ଆରଏମସିର ମାର୍କେଟ ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆରଏମସିର ମାର୍କେଟ ସରକାର ଭାବେ କାର୍ଯ୍ୟରତ ଗୟାଧର ସାହୁଙ୍କ ବାସଭବନ ଏବଂ ଭଡ଼ା ଦିଆଯାଇଥିବା ଘରେ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବାର ଖବର ମିଳିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯାଜପୁର ଟାଉନ ଥାନା ଅଞ୍ଚଳ ସନ୍ଥେଶ୍ବରପୁରସ୍ଥିତ ଗୟାଧର ସାହୁଙ୍କ ବାସଭବନ ଏବଂ ଭଡା ଦିଆଯାଇଥିବା ଘରେ ଏହି ଚଢ଼ାଉ ଚାଲିଛି ।

ତାଙ୍କ ନାମରେ ପୂର୍ବରୁ କୋର୍ଟରେ ଅଭିଯୋଗ ହୋଇଥିବା ବେଳେ କୋର୍ଟର ନିର୍ଦେଶକ୍ରମେ ଭିଜିଲାନସ ଚଢ଼ାଉ ଜାରି ରହିଛି । ତେବେ ତାଙ୍କ ଘରୁ କେତେ ଟଙ୍କା, ସୁନା ଆଦି ଜବତ ହୋଇଛି ତାହା ଜଣାପଡ଼ିନାହିଁ । ଏଣେ ତାଙ୍କ ସଂପତ୍ତିର ଆକଳନ ଚାଲିଛି ।

Leave A Reply

Your email address will not be published.