Latest Odisha News

BREAKING NEWS

ଆଡିସିନାଲ୍ ପିସିସିଏଫ୍ ଅଭୟ କାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ୧୯୮୭ ବ୍ୟାଚ୍ ଆଇଏଫଏସ୍ ଅଫିସର ଅଭୟ କାନ୍ତ ପାଠକ । ବର୍ତ୍ତମାନ ସେ ଆଡିସିନାଲ୍ ପିସିସିଏଫ୍ ଭାବରେ କାର୍ଯ୍ୟରତ ଅଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଏକକାଳୀନ ୧୨ଟି ସ୍ଥାନରେ ରେଡ୍ ଚାଲିଛି । ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାରରେ ବି ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।

ଅଭୟ କାନ୍ତ ପାଠକଭୁବନେଶ୍ୱରରେ ୫ଟି ସ୍ଥାନ ସମେତ ମୁମ୍ବାଇ ଓ ପୁଣେରେ ୭ଟି ସ୍ଥାନରେ ଏହି ରେଡ୍ ଚାଲିଛି । ଅଭୟକାନ୍ତ ପାଠକଙ୍କର ପୁଣେ ଭୂଗାଁଓର ହିଲ ଟାଉନ୍ ଅଞ୍ଚଳରେ ଫାର୍ମ ହାଉସ୍ ଓ କୋରେଗାଁଓ ପାର୍କ ଅଞ୍ଚଳରେ ଫ୍ଲାଟ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଠାବ ହୋଇଛି ସେନେଇ ଆକଳନ କରାଯାଇ ନାହିଁ ।

Leave A Reply

Your email address will not be published.