Latest Odisha News

BREAKING NEWS

କଟକରୁ ନକଲି ସିମେଣ୍ଟ କାରଖାନା ଠାବ, ଜଣେ ଅଟକ

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ । କେତେବେଳେ ହଦଳିଗୁଣ୍ଡ ତ ପୁଣି କେବେ ସୋୟା ବଡ଼ି, ଟମାଟୋ ସସ୍ । ନକଲି ଘିଅ, ତେଲ ପରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ଆଜି କଟକ-ଚାନ୍ଦବାଲି ରାସ୍ତାର ଜଗତପୁରଠାରେ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି ।

କୌଣସି ସୂତ୍ରରୁ ଖବର ପାଇ ଜଗତପୁର ଥାନା ପୋଲିସ ସେହି କାରଖାନାରେ ଚଢ଼ାଉ କରିଥିଲା । ଏତିକିବେଳେ ମେସିନ୍‌ ସମେତ ବିପୁଳ ପରିମାଣର ସିମେଣ୍ଟ, ନାମଦାମୀ କମ୍ପାନୀର ପ୍ୟାକିଂ ବ୍ୟାଗ୍ ଜବତ କରାଯାଇଛି । ଜଣଙ୍କୁ ଅଟକ ରଖିଥି ପୋଲିସ ।

Leave A Reply

Your email address will not be published.