Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପୁଣି ସରକାରୀ ବାବୁ, ଲାଞ୍ଚ ନେବାବେଳେ ଧରାପଡିଲେ

ମାଲକାନଗିରି: ଏପଟେ ଚାଲିଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ସେପଟେ କିନ୍ତୁ ଭିଜିଲାନ୍ସ ଜାଲରେ ପଡିଛନ୍ତି ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୋଟୁ ସର୍କଲର ରାଜସ୍ୱ ନିରୀକ୍ଷକ ସୂରଜ ଚନ୍ଦ୍ର ବଳ । ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ ।

ସୂଚନା ଅନୁସାରେ, ଏକ ଜବରଦଖଲ ମାମଲାରେ ନୋଟିସ୍ ଜାରି କରିବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସୂରଜ । ୧୦ ହଜାର ଟଙ୍କା ପୂର୍ବରୁ ନେଇସାରିଥିବା ବେଳେ ଆଜି ଆଉ ବାକି ୧୫ ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ଅଭିଯୋଗ ପାଇ ଛପି ବସିଥିବା ଭିଜିଲାନ୍ସ ଟିମ ତାଙ୍କୁ ମାଡିବସିଥିଲା । ଘଟଣାସ୍ଥଳରୁ ନଗଦ ୧୫ ହଜାର ଟଙ୍କା ଜବତ ହୋଇଥିଲା। ଏହା ପରେ ଭିଜିଲାନ୍ସ ପକ୍ଷରୁ ଆରଆଇ ସୂରଜଚନ୍ଦ୍ର ବଳଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ମାମଲାର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.