Latest Odisha News

BREAKING NEWS

କେଲୁଅ ନଦୀ ଭାଙ୍ଗିବା ଘଟଣା, ଭିଜିଲାନ୍ସ ତଦନ୍ତ ଆରମ୍ଭ 

ଯାଜପୁର : କେଲୁଅ ନଦୀ ଭାଙ୍ଗିବା ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି । ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ହର ନାରାୟଣ ପତିଙ୍କ ନେତୃତ୍ବରେ ୫ ଜଣିଆ ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କିପରି ଘାଇକୁ ଭଙ୍ଗା ଯାଇଛି । ଏଥିରେ କୌଣସି ସରକାରୀ କର୍ମଚାରୀ କିମ୍ବା ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ । ଏହା ପଛର ପୁରା କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ।ଏହାସହ ଆସନ୍ତା ୨ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ଲୋକାୟୁକ୍ତ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି । 

ସୂଚନା ଅନୁସାରେ, ଗତ ଅଗଷ୍ଟ ୨୮ ତାରିଖରେ କେଲୁଅ ନଦୀ ବନ୍ଧକୁ ଡିନାମାଇଟ୍ ଲଗାଇ ଉଡାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏଥିରେ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ମାମୁଁ ଯନ୍ତ୍ରୀ ନରେନ୍ ଜେନାଙ୍କ ସମେତ ୬ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା । 

Leave A Reply

Your email address will not be published.