Latest Odisha News

BREAKING NEWS

ଆରପାରିରେ ଭଜନ ଗାୟକ ନରେନ୍ଦ୍ର ଚଂଚଲ

ଚଣ୍ଡୀଗଡ:ଭଜନ ସମ୍ରାଟ ନରେନ୍ଦ୍ର ଚଂଚଲଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ଅନେକ ଲୋକପ୍ରିୟ ଭଜନ ସହ ହିନ୍ଦୀ ଫିଲ୍ମରେ ମଧ୍ୟ ଗୀତ ଗାଇଛନ୍ତି । ଶାସ୍ତ୍ରୀୟ ସଙ୍ଗୀତ, ଲୋକ ସଙ୍ଗୀତରେ ସେ ବେଶ୍ ସୁନାମ ଅର୍ଜନ କରିଥିଲେ । ଚାଲେ ବୁଲାୱା ଆୟ ହେ, ଓ ଜଙ୍ଗଲ କେ ରାଜା ମେରେ ମୈୟା କୋ ଲେକେ ଆଜା ପରି ଭଜନ ଏବେ ମଧ୍ୟ ଭକ୍ତଙ୍କ ଦ୍ୱାରା ବେଶ୍ ଆଦୃତ । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ୧୬ ଅକ୍ଟୋବର ୧୯୪୦ରେ ଅମୃତସରରେ ସେ ଜନ୍ମ ଗ୍ରହଣ କରିଥିଲେ ।

ପିଲାବେଳୁ ତାଙ୍କ ମାଆ କୈଳାସ ବତୀ ସର୍ବଦା ମାତାରାନୀଙ୍କ ଭଜନ ଗାଉଥଲେ । ଯାହା କି ନରେନ୍ଦ୍ରଙ୍କୁ ଏଥିପ୍ରତି ଆକୃଷ୍ଟ କରିଥିଲା । ପିତା ଚେତାରାମ ଖରବନ୍ଦା ତାଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିଥିଲେ । ବବି ଫିଲ୍ମରେ ମନ୍ଦିର ମସଜିଦ ତୋଡୋ ଗୀତ ଗାଇଥିଲେ ମଧ୍ୟ ଆଶା ଫିଲ୍ମର ଚଲୋ ବୁଲୱା ଆୟା ହେ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ୧୯୪୪ ପରଠାରୁ ସେ ସବୁବର୍ଷ ମାତା ବୈଷ୍ଣୌ ଦେବୀଙ୍କ ଦରବାରରେ ଆୟୋଜିତ ବାର୍ଷିକ ଭଜନ ସମାରୋହରେ ଯୋଗ ଦେଇ ଆସୁଥିଲେ । ଏଥର କରୋନା ମହାମାରୀ ଯୋଗୁ ଏହା ସମ୍ଭବ ହୋଇପାରି ନ ଥିଲା ।

Leave A Reply

Your email address will not be published.