Latest Odisha News

ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ହିନ୍ଦୋଳ ଏସଡିପିଓ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ହିନ୍ଦୋଳ ଏସଡିପିଓ । ଜଣେ ପଥର ଖଣି ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏସଡିପିଓ ମଳୟ କିଶୋର ନାୟକଙ୍କୁ ଭିଜିଲାନ୍ସ ଧରିଛି । ଅଧିକ ଖାଦାନ ଏବଂ ଚାଲାଣ କରାଇଦେବା ଲୋଭ ଦେଖାଇ ଲାଞ୍ଚ ମାଗିଥିଲେ ଅଭିଯୁକ୍ତ ମଳୟ ।

BjdElectrycity

ବୁଧବାର ସକାଳେ ପୂର୍ବରୁ ପ୍ରସ୍ତୁତି ଅନୁଯାୟୀ ଲାଞ୍ଚ ଟଙ୍କା ମଳୟ ଧରିବା ବେଳକୁ ମାଡ଼ି ବସିଥିଲା ଭିଜିଲାନ୍ସ । ଏନେଇ ଭିଜିଲାନ୍ସ କଟକ ଥାନାରେ କେସ ନଂ- ୩୪/୨୨ରେ ପିସି ଆକ୍ଟ-୭ରେ ମାମଲା ରୁଜୁ କରି ଗିରଫ କରିଛି । ଏହା ପରେ ଅଭିଯୁକ୍ତ ମଳୟକୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି ।

ଗିରଫଦାରୀ ପରେ ମଳୟ ନାୟକଙ୍କ ବିଭିନ୍ନ ସ୍ଥାନରେ ଥିବା ସଂପତ୍ତି ଗୁଡ଼ିକ ଉପରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଭୁବନେଶ୍ୱର, ପୁରୀ, ଅନୁଗୁଳ, ଢ଼େଙ୍କାନାଳ ଏବଂ ସମ୍ବଲପୁରରେ ଚଢ଼ଉ ଜାରି ରହିଛି ।

Leave A Reply

Your email address will not be published.