Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସ୍ମୃତିରେ ରହିବେ ସହିଦ: ଦୁଇ ଓଡ଼ିଆ ପୁଅଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ

ଭୁବନେଶ୍ୱର : ଏହି ସମ୍ମାନ ଆମ ପୁଅକୁ ସବୁଦିନ ପାଇଁ ଆମ ପାଖଖର ଜୀବନ୍ତ ରଖିବ। ପ୍ରତିଦିନ ଆମେ ତାର ଉପସ୍ଥିତି ଆମ ନିକଟରେ ଅନୁଭବ କରିବୁ । ଆଖି ଛଳଛଳ କରି ଏମିତି କିଛି କଥା କୋହଭରା କଣ୍ଠରେ କହିଛନ୍ତି ସହିଦଙ୍କ ମାଆ ।  ସହିଦଙ୍କ ବୀରତ୍ୱ ଓ ବଳିଦାନ୍ ପାଇଁ ଦୁଇ ଓଡ଼ିଆ ପୁଅଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ଦିଆଯାଇଛି ଏହି ଦୁଇ ସହିଦ ହେଲେ ଦେବଶିଷ ସେଠୀ ଓ ସୁଧୀର କୁମାର ଟୁଡୁ । ଦୁଇଜଣଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନୀତ କରିଛନ୍ତି ।

ଦୁଇ ସହିଦଙ୍କ ପରିବାର ସମ୍ମାନ ନେଇ ଫେରିଛନ୍ତି। ତେବେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। କୋହଭରା କଣ୍ଠରେ ଉଭୟ ପରିବାର ଲୋକେ ନିଜ ପ୍ରତିକ୍ରିୟା ଦେଇଥିଲେ। ଦୁଇ ପୁଅଙ୍କ ପାଇଁ ଗର୍ବ ଅନୁଭବ କରିବା ସହିତ ଏବେ ବି ତାର ବୀରତ୍ୱ ସବୁଦିନ ପାଇଁ ମନେରହିବ । ୨୦୨୦ ସେପ୍ଟେମ୍ବର ୮ କଳାହାଣ୍ଡି ମଦନପୁର-ରାମପୁରରେ ସର୍ଚ୍ଚ ଅପରେସନ ବେଳେ ପୋଲିସ ଟିମ୍ ସହ ସୁଧୀର ଓ ଦେବାଶିଷ ସାମିଲ ଥିଲା ।

ଏହାପର ଦିନ ସିରକି ଗାଁ ନିକଟରେ ଥିବା ଏକ ପାହାଡ଼ ଉପରେ ଲୁଚି ରହିଥିବା ମାଓବାଦୀମାନେ ପୋଲିସ ଟିମ୍ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଦେବାଶିଷ ଓ ସୁଧୀର ବୀରତାର ସହ ମାଓ ଗୁଳିର କଡ଼ା ଜବାବ ଦେଇ ସାଧାରଣ ଲୋକଙ୍କ ସୁରକ୍ଷା କରିଥିଲେ । ପୋଲିସ ଗୁଳିରେ ୫ ମାଓବାଦୀ ନିହତ ହୋଇଥିବା ବେଳେ ସହିଦ ହୋଇଥିଲେ ଦେବାଶିଷ ଓ ସୁଧୀର ।

ରାଷ୍ଟ୍ରପତି ଭବନଠାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ସେମାନଙ୍କୁ ମରଣୋତ୍ତର ଶୌର୍ୟ୍ୟଚକ୍ର ସମ୍ମାନରେ ସମ୍ମାନୀତ କରିଛନ୍ତି ।

Leave A Reply

Your email address will not be published.