Latest Odisha News

BREAKING NEWS

ଛୋଟ ଘଟଣାରେ ଦଫା ୧୨୦ବି ଲାଗୁଛି, ନବ ଦାସ ହତ୍ୟା ମାମଲାରେ କାହିଁକି ନୁହେଁ: ବିଜୟ

ଭୁବନେଶ୍ୱର: ଯଦିଓ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୪୦ ଦିନ ପୂରଣ ହୋଇଛି। ହେଲେ ତଦନ୍ତକାରୀ ସଂସ୍ଥା ଏଯାବତ ହତ୍ୟାର ରହସ୍ୟକୁ ଉନ୍ମୋଚନ କରିବାରେ ସକ୍ଷମ ହୋଇପାରିନି। ଯାହାକୁ ନେଇ ବିରୋଧୀ ଦଳର ରାଜନେତା ମାନେ ତଦନ୍ତ ପ୍ରକ୍ରିୟା ଏବଂ ତଦନ୍ତକାରୀ ସଂସ୍ଥା ବିରୋଧରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରିଛନ୍ତି।

ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ଏହି ହତ୍ୟାକାଣ୍ଡ ଘଟଣାକୁ ଚପାଇବାକୁ ଷଡ଼ଯନ୍ତ୍ର ହେଉଛି। ଏହି ମାମଲାରେ ତଦନ୍ତ କେବଳ ଅଭିଯୁକ୍ତ ଗୋପାଳ ଦାସ ଯାଏ ସୀମିତ ରହିଛି। ଯାହାକି ଠିକ୍ ନୁହେଁ। ଅନ୍ୟ ଦିଗକୁ ମଧ୍ୟ କ୍ରାଇମବ୍ରାଞ୍ଚ ଗୁରୁତ୍ୱ ଦେବାର ଆବଶ୍ୟକ ରହଛି। ଯାହାକୁ ଦିଆଯାଉ ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ଏକ ହତ୍ୟା ମାମଲା। କିନ୍ତୁ ଏଯାବତ ଦଫା ୧୨୦ବି ଲଗାଯାଇ ନାହିଁ। ଯାହା ଏହି ମାମଲାର ତଦନ୍ତପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଯାଇଛି। ସାଧାରଣ ଛୋଟମୋଟ ଘଟଣାରେ ପୋଲିସ ୧୨୦ ବି ଲଗାଇ ଦେଉଛି ହେଲେ ଏହି ଘଟଣାରେ କାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଭାରତ ବର୍ଷରେ ଏହା ପ୍ରଥମ ଘଟଣା ଯେଉଁଥିରେ ଜଣେ ମନ୍ତ୍ରୀଙ୍କୁ ପୋଲିସ ଗୁଳି କରିମାରିଛି। ଏହି ଘଟଣାର ଇନ କେମେରା ତଦନ୍ତ ହେଉଛି ବାହାରକୁ କେହି ଆସୁନାହାନ୍ତି। ରାଜ୍ୟରେ ଅନେକ ଦକ୍ଷ ପୋଲିସ ଅଫିସର ଅଛନ୍ତି କିନ୍ତୁ କାହାରି ସାହାଯ୍ୟ ନ ନେଇ ଏ ଚାଟିଆ ଭାବରେ ତଦନ୍ତ ହେଉଛି।

ହତ୍ୟା ଘଟଣା ଘଟିବାର କିଛି ଦିନ ପରେ ଅଭିଯୁକ୍ତ ଗୋପାଳ ପାଗଳ ବୋଲି କ୍ରାଇମବ୍ରାଞ୍ଚ କହିଥିଲା। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । ସେକ୍ସନ ୮୪କୁ ଆଧାର କରି ଗୋପାଳକୁ ପାଗଳ ପ୍ରମାଣ କରିବା ପାଇଁ ତଦନ୍ତ ଚାଲିଛି।

କେବଳ ଅଭିଯୁକ୍ତକୁ ଗିରଫ କରିଦେଲେ ହେବ ନାହଁ ହତ୍ୟାର ଉଦ୍ଦେଶ୍ଯକୁ ଉନ୍ମୋଚନ କରିବା ଆବଶ୍ୟକ ବୋଲି ବିଜୟ କହିଛନ୍ତି। ଏଫବିଆଇ ତଦନ୍ତରେ କାହିଁକି ବିଳମ୍ବ ହେଉଛି ବୋଲି ସେ ପ୍ରଶ୍ନ କରିବା ସହିତ କ୍ରାଇମବ୍ରାଞ୍ଚ କ୍ରାଇମ କଥା ହେଲେ ଗୋପାଳର ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ତଦନ୍ତକାରୀ ସଂସ୍ଥା କିଏ ବୋଲି ପ୍ରଶ୍ନ କରିଛନ୍ତି ବିଜୟ।

Leave A Reply

Your email address will not be published.