Latest Odisha News

BREAKING NEWS

ବଡ଼ଚଣା ବିଧାୟକ ଓ ମହିଳାଙ୍କ ରଙ୍ଗ ଖେଳକୁ ନେଇ ଚର୍ଚ୍ଚା

ଓଡ଼ିଶା ସମ୍ବାଦ ବ୍ୟୁରୋ: ରଙ୍ଗର ପର୍ବରେ ଛୋଟ ଛୁଆଠୁ ବୃଦ୍ଧ ସମସ୍ତେ ରଙ୍ଗ ବୋଳି ରଙ୍ଗୀନ ହୋଇଥିଲେ। ଏହି ସମୟରେ କିନ୍ତୁ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯାହା ଏକ ଖବରକାଗଜରେ ପ୍ରକାଶ ପାଇଛି। ‘ସିଂହାସନ’ ନାମକ ଖବର କାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅମର ପ୍ରସାଦ ଶତପଥୀ ହୋଲି ଖେଳି ରଙ୍ଗ ବୋଳି ହୋଇଥିବା ଦେଖିବାକୁ ମିିଳିଛି।

ସଂପୃକ୍ତ ଖବରକାଗଜରେ ଏକ ଫଟୋ ସହିତ ଏକ ଖବର ପ୍ରକାଶ ପାଇଛି। ଫଟୋରେ ଯାଜପୁର ବଡଚଣା ବିଧାୟକ ଅମର ଶତପଥୀ ଜଣେ ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ରହିଛି।। ଉଭୟ ପରସ୍ପରକୁ ରଙ୍ଗ ଲଗାଉଥିବା ଦେଖିବାକୁ ମିଳିଛି। ହେଲେ ଦୁଇ ଜଣଙ୍କ ଅତି ନିକଟତର ହୋଇ ରଙ୍ଗ ବୋଳି ହେବା ଏବଂ ପୂର୍ବରୁ ବଡଚଣା ଅଞ୍ଚଳରେ ଦୁଇ ଜଣ ନେତାଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ହେବା ଏହି ଖବରକୁ ରୋଚକ କରିଛି। ସଂପୃକ୍ତ ମହିଳା ଜଣଙ୍କ ମଧ୍ୟ ଶାସକ ଦଳର ନେତ୍ରୀ ବୋଲି କୁହାଯାଉଛି। ହେଲେ ଏହି ଫଟୋ ଚଳିତଥର ହୋଲି ସମୟର କି ଆଉ କେଉଁ ସମୟର ତାହା ସ୍ପଷ୍ଟ ହୋଇନାହିଁ।

ଉଲ୍ଲେଖଯୋଗ୍ଯ, ନିକଟର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରେସମିଟ୍ କରି ଶାସକ ଦଳର ନେତା ତଥା ମନ୍ତ୍ରୀଙ୍କ ବିରୋଧରେ ବର୍ଷିଥିଲେ। ରାଜ୍ୟ ସରକାରଙ୍କ ସେହି ମନ୍ତ୍ରୀ ଜଣଙ୍କ ଜଣେ ମହିଳାଙ୍କୁ ନିର୍ଯାତନା ଦେଇଥିବା ସେ ଅଭିଯୋଗ ଆଣିଥିରେ। ଏମିତିକି ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୁଲିସ ଏତଲା ଗ୍ରହଣ କରିନଥିଲା। ପରେ ମାମଲାକୁ ଚପାଇ ଦିଆଯାଇଥିବା ଅଭିଯୋଗ ରହିଛି। ଏ ନେଇ ବିଜେପି ଜବାବ ଲୋଡ଼ିଛି। ହେଲେ ବିଜେଡି ଏହାକୁ ଖାରଜ ଏବଂ ଅମୂଳକ ବୋଲି କହିଛି।

ଆସନ୍ତାକାଲିଠୁ ପୁଣିଥରେ ବିଧାନସଭା ବସିବ। ଏହାପୂର୍ବରୁ ବିଧାୟକଙ୍କ ଏପରି ଅନ୍ତରଙ୍ଗମୂହୁର୍ତର ଫଟୋ ଭାଇରାଲ ହେବା ବିବାଦକୁ ଆହୁରି ବଢାଇ ଦେଇଛି। ସେହିପରି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ତାଙ୍କର ତଥାକଥିତ ପ୍ରେମିକା ସୋମିଲିକାଙ୍କୁ ନେଇ ବିବାଦରେ ରହିଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ଘଟଣାରେ ବିଜେଡିର ବଡ ବଡ ନେତା ବିବାଦ ଭିତରେ ରହିଛନ୍ତି।

ବିଜେପି ମହିଳା ନିର୍ଯାତନା, ଆଇନ ଶୃଙ୍ଖଳା ଇତ୍ୟାଦିକୁ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ନେତା, ମନ୍ତ୍ରୀଙ୍କର କେଳେଙ୍କାରୀ ସାମ୍ନାକୁ ଆସିବା ଶାସକ ଦଳକୁ ଗୋଲ କରିବାକୁ ସୁଯୋଗ ଦେଉଛି। ଅନ୍ୟପଟେ ଶାସକ ଦଳ କିନ୍ତୁ ବିକାଶର କଥା କହୁଛି। ଏବଂ ବିରୋଧୀ ଏହାକୁ ସହିନପାରି ଅବାନ୍ତର ପ୍ରସଙ୍ଗକୁ ଉଠାଉଥିବା ବିଜେଡି କହୁଛି।

Leave A Reply

Your email address will not be published.