Latest Odisha News

BREAKING NEWS

ଧୋନିଙ୍କୁ ଭେଟିଲେ ରଣବୀର, ଜଣାଇଲେ ଶୁଭେଚ୍ଛା

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ବିଶ୍ୱକପ୍ ମ୍ୟାଚ୍ । ଏହି ମ୍ୟାଚ୍ ପୂର୍ବରୁ ବଲିଉଡ଼ ଅଭିନେତା ରଣବୀର ସିଂହ ଏବଂ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲିଛି । ସାଉଥ୍ ସୁପରଷ୍ଟାର ରାମ ଚରଣଙ୍କ ପରେ ପରେ ଧୋନିଙ୍କୁ ଭେଟିଥିଲେ ରଣବୀର । ସେ ଧୋନିଙ୍କୁ ଭେଟିବା ପରେ ଶ୍ରଦ୍ଧାରେ ତାଙ୍କୁ ଦେଇଥିବା ଏକ ଚୁମ୍ବନ ସମୟର ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋ ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି ।

BjdElectrycity

ଅଭିନେତା ରଣବୀର କପୁର ଗୁରୁବାର କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଭାରତ ଯେଭଳି ଭଲ ପ୍ରଦର୍ଶନ କରିବ ସେନେଇ କହିବା ସହ ଶୁଭେଚ୍ଛା ଜଣାଇଥିଲେ ରଣବୀର । ପରେ ସ୍ନେହରେ ଧୋନିଙ୍କୁ ଆଲିଙ୍ଗନ କରି ଚୁମ୍ବନ ଦେଇଥିଲେ ରଣବୀର, ଯାହା ଏବେ ଖୁବ୍ ଭାଇରାଲ ହେଉଛି ।

ରଣବୀର ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଧୋନିଙ୍କ ସହ ଦୁଇଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଦୁହେଁ ହସି କରି ଫଟୋ ପୋଜ୍ ଦେଉଛନ୍ତି ଓ ଦ୍ୱିତୀୟ ଫଟୋରେ ରଣବୀର ଧୋନିଙ୍କୁ ଚୁମ୍ବନ ଦେଉଛନ୍ତି । ଏହି ଫଟୋକୁ ଏବେ ଖୁବ୍ ଭଲପାଇବା ମିଳୁଛି । ରଣବୀରଙ୍କ ପୂର୍ବରୁ ରାମ ଚରଣ ଧୋନିଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ । ପରେ ତାଙ୍କ ସହ ଉଠାଇଥିବା ଫଟୋକୁ ସୋସିଆଲ୍ ମିଡିଆରେ ସେୟାର ବି କରିଥିଲେ ।

Leave A Reply

Your email address will not be published.