Latest Odisha News

ପିଲା ଚୋରୀ ଉଦ୍ୟମ ବେଳେ ଜଣକୁ ଅଟକ ରଖିଲେ ଗ୍ରାମବାସୀ, ପୋଲିସ ନାକେଦମ

ବାଲିପାଟଣା: ପିଲା ଚୋରୀ ଉଦ୍ୟମ କରିବା ବେଳେ ବାଲିପାଟଣା ଥାନା ବନମାଳିପୁର ନୂଆସାହି ଗ୍ରାମବାସୀ ଜଣେ ବ୍ୟକ୍ତିକୁ ଅଟକ ରଖିଛନ୍ତି । ଘଟଣାସ୍ଥଳରୁ ଅଟକ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଛି ।  

BjdElectrycity

ସୂଚନାଯୋଗ୍ୟ, ନୂଆସାହି ଗାଁକୁ ଜଣେ ବ୍ୟକ୍ତି ଭିକ୍ଷାବୃତ୍ତି କରିବାକୁ ଆସିଥିଲେ । ସଂପୃକ୍ତ ବ୍ୟକ୍ତି ଗାଁର ଜଣେ ପିଲାକୁ ଚକୋଲେଟ ଦେବା ବାହାନାର ହାତ ଧରିଥିବା କିଛି ମହିଳା ଦେଖି ଚିତ୍କାର କରିଥିଲେ । ଚାହୁଁ ଚାହୁଁ ଶହ ଶହ ବ୍ୟକ୍ତି ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ । ପିଲା ଚୋରି ଉଦ୍ୟମ ଅଭିଯୋଗରେ ସଂପୃକ୍ତ ବ୍ୟକ୍ତିକୁ କିଛି ଲୋକ ମାଡ ମାରିଥିଲେ । ସେଠାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ ବାଲିପାଟଣା ପୋଲିସ ପହଞ୍ଚିଥିଲା । ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା ।

ସଂପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ବାଲିଅନ୍ତା ଥାନା ସରକଣା ଗାଁର ଶରତ ବେହେରା ।  ଶରତକୁ ବାଲିପାଟଣା ପୋଲିସ ଅଟକ ରଖି ତଦନ୍ତ ଚଳାଇଛି  ।

Leave A Reply

Your email address will not be published.