Latest Odisha News

BREAKING NEWS

ନିଜ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କୁ ବିରୋଧ; ଗାଁରେ ପୂରେଇ ଦେଲେନି ଲୋକେ

ପୁରୀ: ନିଜ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କୁ ବିରୋଧ । ନେତାଙ୍କ ବିରୋଧରେ ଚାପା ଅସନ୍ତୋଷ ବାହାରି ଆସିଥିଲା ଜନତାଙ୍କର । ପୂର୍ବତନ ମନ୍ତ୍ରୀ ଶନିବାର ପୁରୀ ଜିଲ୍ଲା ଅନ୍ତର୍ଗତ ତାଙ୍କ ନିର୍ବାଚନମଣ୍ଡଳୀକୁ ଯାଇଥିଲେ । ସେଠାରେ ଏକ  ରାସ୍ତାର ମୂଳଦୁଆ ପକାଇବା କାର୍ଯ୍ୟକ୍ରମ ଥିଲା । ହେଲେ ସେଠାରେ ତାଙ୍କୁ  ବାରଣ କରାଯାଇଥିବା ଦେଖିବାକୁ ମିଳିଥିଲା ।

BjdElectrycity

ପୂର୍ବତନ ମନ୍ତ୍ରୀ ଶ୍ରୀ ଦାସ  ନିମପଡା ସ୍ଥିତ ଛଣିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ କେଉଟା-ସାଲାଡା ଗ୍ରାମକୁ ଯାଇଥିଲେ ଏକ ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ।  ମନ୍ତ୍ରୀଙ୍କ ଗସ୍ତ ବିଷୟରେ ଜାଣିବା ପରେ ଚାକୋରୋଡାର ଶତାଧିକ ଗ୍ରାମବାସୀ ରାସ୍ତାରୋକ କରି ଶ୍ରୀ ଦାଶଙ୍କୁ ଗସ୍ତକୁ କରିଥିଲେ।

ନିମାପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଗ୍ରାମବାସୀ ସେମାନଙ୍କ ଦାବି ପୂରଣ ନେଇ ସେଠାରେ ନାରା ଦେଇଥିଲେ ।  ସେମାନେ ଗଣମାଧ୍ୟମକୁ କହିଛନ୍ତି ଯେ, ସେମାନେ ଦୀର୍ଘ ଦିନ ଧରି ଗାଁରୁ ଚାରି ଛକ-ଗୋପ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଏକ ସ୍ଥାୟୀ  ରାସ୍ତା ପାଇଁ ଦାବି କରି ଆସୁଛନ୍ତି ।

ରାସ୍ତା  ନ ଥିବାରୁ ସେମାନଙ୍କ ପିଲାମାନେ ବର୍ଷା ଋତୁରେ ବିଦ୍ୟାଳୟକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ବ୍ୟତୀତ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରୁ ନାହିଁ ।

ସେମାନଙ୍କର କ୍ରମାଗତ ଦାବି ପରେ ଦୁଇଟି ପର୍ଯ୍ୟାୟରେ ରାସ୍ତା ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ଏହି କାମ ଏବେ ଅଧାରୁ  ବନ୍ଦ କରି ଦିଆଯାଇଛି ।

ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଏହି  ଅସମାପ୍ତ ରାସ୍ତା ନିର୍ମାଣ କରିବା ପରିବର୍ତ୍ତେ ବିଧାୟକ ଏହି ପାଣ୍ଠିରେ କେଉଟା-ସାଲାଡା ଗ୍ରାମରୁ ଅନ୍ୟ ଏକ ରାସ୍ତା ପାଇଁ  ଭିତ୍ତି ପ୍ରସ୍ତର ସ୍ଥାପନ କରିବାକୁ  ଆସିଛନ୍ତି।

ଗ୍ରାମବାସୀ ସେମାନଙ୍କ ଦାବି ପୂରଣ ପାଇଁ ଧାରଣାରେ ବସି ରହିଥିଲେ । ଖବର ପାଇ ପୁରୀ  ଜିଲ୍ଲାପାଳ ସମର୍ଥ ବର୍ମା ଘଟଣାସ୍ଥଳରେ ପହଞ୍ଚି  ଆନ୍ଦୋଳନରତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଦାବି ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ଆଶ୍ୱାସନା ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Leave A Reply

Your email address will not be published.