Latest Odisha News

BREAKING NEWS

ବିହାର ଭୋଟରଙ୍କୁ କଂଗ୍ରେସର ପ୍ରତିଶ୍ରୁତି, କ୍ଷମତାକୁ ଆସିଲେ ମାସିକ ୧୫ଶହ ଟଙ୍କା ବେରୋଜଗାରୀ ଭତ୍ତା

ପାଟନା: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ସରଗରମ । ସରକାରକୁ ଆସିଲେ ନିଯୁକ୍ତି ନମିଳିବା ଯାଏ ମାସିକ ୧୫ ଶହ ଟଙ୍କା ଲେଖାଏ ବେରୋଜଗାରୀ ଭତ୍ତା ଦେବ କଂଗ୍ରେସ । ପ୍ରଥମ କ୍ୟାବିନେଟ୍ ବୈଠକରେ ୧୦ ଲକ୍ଷ ନିଯୁକ୍ତି ନେଇ ଫୈସଲା ନିଆଯିବ । ବିହାର ଭୋଟରଙ୍କୁ ଏହି ଦଳ ପ୍ରତିଶ୍ରୁତି ଦେଇଛି ।

ଆଜି ପାଟନା ସ୍ଥିତି କଂଗ୍ରେସ କାର୍ୟ୍ୟାଳୟରେ ନିର୍ବାଚନୀ ଇସ୍ତାହାର ଜାରି କରିଛି ଦଳ । କୃଷକଙ୍କୁ ଉତ୍ସାହିତ କଲା ଭଳି ଘୋଷଣାନାମା କରିଛି । ସରକାରକୁ ଆସିଲେ ମାଗଣାରେ ବିଜୁଳି ଓ ଋଣ ଛାଡ କରିବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

ସେହିପରି ବିଧବା ଭତ୍ତାକୁ କଂଗ୍ରେସ ସରକାରକୁ ଆସିଲେ ହଜାରେ ଟଙ୍କାକୁ ବୃଦ୍ଧି କରିବ । କେଜିରୁ ପିଜି ଯାଏ ଛାତ୍ରୀଙ୍କୁ ମାଗଣା ଶିକ୍ଷା ଯୋଗାଇଦେବେ । ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ବିଜେତାଙ୍କୁ ସିଧାସଳଖ ନିଯୁକ୍ତି ଦିଆଯିବ ବୋଲି ଇସ୍ତାହାରରେ ଉଲ୍ଲେଖ କରିଛି କଂଗ୍ରେସ ।

Leave A Reply

Your email address will not be published.