Latest Odisha News

BREAKING NEWS

ଓଡିଶା ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ବିଭିନ୍ନ ଦାବି ସହ ସ୍ମାରକପତ୍ର ପ୍ରଦାନ କରାଯାଇଛି

ଭୁବନେଶ୍ୱର : ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ୪ ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ଗଣେଶୀ ଲାଲଙ୍କୁ ରାଜଭବନଠାରେ ସାକ୍ଷାତ କରିଛନ୍ତି  ।  ତାସହ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି  ।

ଏହି ସ୍ମାରକପତ୍ରରେ ଦର୍ଶାଯାଇଥିବା ଦାବି ଗୁଡିକ ହେଉଛି ,

ପାରାଦୀପ-ହରିଦାସପୁର ପାସେଞ୍ଜର ଟ୍ରେନ୍ ଚଳାଇବା  ।

ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ୪୦ ଲକ୍ଷ ଲୋକଙ୍କ ପାଇଁ ଆଇଓସିଏଲ୍ ପାରାଦୀପ ଓ ପାରାଦୀପ ପୋର୍ଟ, ଇଫ୍‌କୋ ଆନୁକୂଲ୍ୟରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ୍ କଲେଜ ପ୍ରତିଷ୍ଠାରେ ସହ ଏହି ମେଡିକାଲ କଲେଜକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଦାବି କରାଯାଇଛି  ।  ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ସଦରରେ ଥିବା ହସ୍ପିଟାଲ କୁ ସୁପର ସ୍ପେଶିଆଲ ହସ୍ପିଟାଲରେ ପରିଣତ କରିବାକୁ ଦାବି କରାଯାଇଛି  ।

ସେହିଭଳି ସୁନ୍ଦରଗଡ଼ ମେଡିକାଲ୍ କଲେଜକୁ ଦ୍ବିତୀୟ ଏଆଇଆଇଏମ୍ଏସ୍ ର ମାନ୍ୟତା ଦେବା ସହିତ ଏହାକୁ ଆଦିବାସୀ ବିପ୍ଳବୀ ନିର୍ମଳ ମୁଣ୍ଡାଙ୍କ ନାମରେ ନାମିତ କରାଯାଉ ଦାବି କରାଯାଇଛି   ।

ତାଳଚେର ମେଡିକାଲ୍ କଲେଜକୁ ଭାରତ ବର୍ଷର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ନାମରେ ନାମିତ କରିବା ପାଇଁ ଦାବି କରାଯାଇଛି  ।

ଭୁବନେଶ୍ୱରରେ ଏକ ଇଏସଆଇ ହସ୍ପିଟାଲ କରିବାକୁ ଦାବି କରାଯାଇଛି ।

ଦେଶରେ ଥିବା ଏଆଇଆଇଏମ୍ଏସ୍  ଗୁଡିକର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିବାରୁ ଏଆଇଆଇଏମ୍ଏସ୍ ଭୁବନେଶ୍ବରର ନାମ ପରିବର୍ତ୍ତନ ବନ୍ଦ କରିବାକୁ ଦାବି କରାଯାଇଥିଲା  । କାରଣ ୨୦୦୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭୁବନେଶ୍ବରଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ଏଆଇଆଇଏମ୍ଏସ୍ ପ୍ରତିଷ୍ଠା ହୋଇଥିଲା  । ତେଣୁ  ଭୁବନେଶ୍ଵରରେ ଥିବା ଏଆଇଆଇଏମ୍ଏସ୍ ର ନାମ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ପ୍ରତିଷ୍ଠା କରିବାକୁ ସମଜାବାଦୀ ପାର୍ଟି ପକ୍ଷରୁ ଦାବି କରାଯାଇଛି  ।

 

 

 

 

Leave A Reply

Your email address will not be published.