Latest Odisha News

କେରଳର କିସ୍‌ବୁ, ବେଲୁନ୍ ବିକାଳିରୁ ସୁପର୍ ମଡେଲ୍‌

ଭୁବନେଶ୍ୱର: ଏ କଥା କାହାକୁ ଅଛପା ନାହିଁ ଯେ, ସୋସିଆଲ୍ ମିଡିଆ ରାତାରାତି କୌଣସି ବ୍ୟକ୍ତି ବିଶେଷଙ୍କର ସ୍ଥିତି ବଦଳାଇବାରେ ବେଶ ସକ୍ଷମ । ଏହି ଧାରାରେ ଅନେକ ହୃଦୟସ୍ପର୍ଶୀ ଘଟଣା ଅତୀତରେ ସାମ୍ନାକୁ ଆସିଛି ।

କେରଳର ଜଣେ ବେଲୁନ୍ ବିକାଳି କିସ୍‌ବୁ । ରାତାରାତି ଏହି ଯୁବତୀ ଜଣକ ଏବେ ଜଣେ ମଡେଲ୍ ର ଆଖ୍ୟା ପାଇସାରିଛନ୍ତି । ରାଜସ୍ଥାନୀ ପରିବାରରେ ଜନ୍ମିତ କିସ୍‌ବୁ ଅଣ୍ଡାଲୁର୍ କାଭୁ ପର୍ବରେ ବେଲୁନ୍ ବିକ୍ରୟ କରିବା ସମୟରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ।

ଜାନୁଆରୀ ୧୭ ତାରିଖରେ ଫଟୋଗ୍ରାଫର୍ ଅର୍ଜୁନ୍ କ୍ରିଷ୍ଣନ ତାଙ୍କୁ ଠାବ କରିଥିଲେ । ସେହି ସମୟରେ କିସ୍‌ବୁଙ୍କର କିଛି ଫଟୋ ଅର୍ଜୁନ କ୍ଲିକ୍ କରି ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯାହା ପରେ ସୋସିଆଲ ମିଡିଆରେ କିସ୍‌ବୁଙ୍କ ଫଟୋକୁ ମିଳିଥିଲା ଆଶାଠାରୁ ଅଧିକ ତଥା ଯଥେଷ୍ଟ ପ୍ରତିକ୍ରିୟା ।

ପ୍ରାଥମିକ ପର୍ଯ୍ୟାୟରେ କିସ୍‌ବୁ ଓ ତାଙ୍କ ମାଆଙ୍କର କିଛି ଫଟୋ ଅର୍ଜୁନ୍ ସୋସିଆଲ ମିଡିଆରେ ସେୟାର କରିଥିଲେ । ତେବେ ଫଟୋଗୁଡିକ ଭାଇରାଲ୍ ହେବା ପରେ ଅନେକ ପ୍ରଫେସ୍ନାଲ୍ ଲୋକ ତଥା ସଂସ୍ଥା ଫଟୋସୁଟ୍ ପାଇଁ କିସ୍‌ବୁଙ୍କ ପରିବାର ସହ ଯୋଗାଯୋଗ କରିଥିଲେ । ପରେ ଫଟୋସୁଟ୍ ପାଇଁ କିସ୍‌ବୁ ରାଜି ମଧ୍ୟ ହୋଇଥିଲେ ।

ମେକଅପ୍ ଆର୍ଟିଷ୍ଟ ରେମ୍ୟା ପ୍ରଜୁଲ୍ ପେଡିକିୟୋର୍‌, ମେନିକିୟୋର୍ ଓ ଫେସିଆଲ୍ ଜରିଆରେ ବେଲୁନ୍ ବିକାଳି କିସ୍‌ବୁଙ୍କୁ ଦେଇଥିଲେ ନୂଆ ରୂପ । ବର୍ତ୍ତମାନ ସ୍ଥିତିରେ କିସ୍‌ବୁ ଅନେକ ଶାଢୀ କମ୍ପାନୀ ତଥା ଗହଣା ବ୍ରାଣ୍ଡ ପାଇଁ ଫଟୋସୁଟ୍ କରିବା ଲାଗି ଚୁକ୍ତି ହାସଲ କରିଛନ୍ତି ।

Comments are closed, but trackbacks and pingbacks are open.