Latest Odisha News

BREAKING NEWS

ଖୁବଶୀଘ୍ର ସ୍ମାର୍ଟସିଟିରେ ଉଦଘାଟନ ହେବ ୩ଟି ବୃହତ ପ୍ରକଳ୍ପ

ଭୁବନେଶ୍ବର : ସ୍ମାର୍ଟ ହେଉଛି ସ୍ମାର୍ଟ ସିଟି ଭୁବନେଶ୍ବର । ରାଜଧାନୀ ଭୁବନେଶ୍ବରରୁ ଆହୁରି ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ଖୁବଶୀଘ୍ର ଉଦଘାଟନ ହେବ ଆଉ ୩ଟି ବୃହତ ପ୍ରକଳ୍ପ । ଏହି ପ୍ରକଳ୍ପ ମଧ୍ୟରେ ରହିଛି – ସହିଦ ନଗରରେ ମଲ୍ଟି ଲେବଲ କାର୍ ପାର୍କିଂ, ୧୧ ତାଲା ବିଶିଷ୍ଟ ସତ୍ୟନଗର ସ୍ଥିତ ବିଏମସି ନୂତନ କାର୍ଯ୍ୟାଳୟ ଏବଂ ବାପୁଜୀ ନଗରରେ ଅନ୍ୟ ଏକ ପ୍ରକଳ୍ପର ଉଦଘାଟନ ହେବ । ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଏହି ପ୍ରକଳ୍ପକୁ ଉଦଘାଟନ କରାଯିବ ।

ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । ସମସ୍ତ ୩ଟି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୨୩୦ କୋଟି ଟଙ୍କା । ବିଏମସି ନୂତନ କାର୍ଯ୍ୟାଳୟ ପାଇଁ ୧୦୨ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ, ମଲ୍ଟି ଲେବଲ କାର୍ ପାର୍କିଂ ପାଇଁ ୧୦୮ କୋଟି ଓ ବାପୁଜୀନଗର ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୨୦ କୋଟି ଟଙ୍କା । ସତ୍ୟନଗର ସ୍ଥିତ ବିଏମସିର ନୂତନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଲେ, ଗୋଟିଏ କୋଠାରେ ରହିବ ବିଏମସି, ବିଡିଏ ଓ ସ୍ମାର୍ଟସିଟି କାର୍ଯ୍ୟାଳୟ ।

Comments are closed, but trackbacks and pingbacks are open.