Latest Odisha News

[ଭିଡିଓ] ମୋବାଇଲ ପାଇଁ ଯୁବତୀଙ୍କୁ ଘୋଷାଡି ନେଲେ ଅଜଣା ଦୁର୍ବୃତ୍ତ !

ନୂଆଦିଲ୍ଲୀ: ଅସୁରକ୍ଷିତ ରାଜରାସ୍ତା । ଦିନ ହେଉ ଅବା ରାତି, ଖୁଲମଖୋଲା ବିଚ୍ ରାସ୍ତାରେ ବୁଲୁଛନ୍ତି ଲୁଟେରା । ଶିକାର ସାଜୁଛନ୍ତି ନୀରିହ ମହିଳା ତଥା ଯୁବତୀ । ଏହି ସମସ୍ତ ଉକ୍ତିକୁ ପ୍ରମାଣିତ କରିଛି ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଲୋମଟାଙ୍କୁରା ଘଟଣା ।

ସିସିଟିଭିରେ କଏଦ ହୋଇଥିବା ଏହି ଦୃଶ୍ୟ ଉପରେ ଟିକେ ଭଲ ଭାବେ ନଜର ପକାନ୍ତୁ । ଦିଲ୍ଲୀର ଶାଲିମାର ଅଂଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ ଗୋଟିଏ ମୋବାଇଲ ପାଇଁ ଜଣେ ଯୁବତୀଙ୍କ ସହ ଲୁଟେରା ଖେଳିଥିଲେ ମରଣାନ୍ତକ ଖେଳ ।

ଗତକାଲି ସନ୍ଧ୍ୟା ପ୍ରାୟ ୫.୩୦ମିନିଟ୍ ସମୟରେ ଯୁବତୀ ଜଣକ ଘରକୁ ଅଫିସରୁ କାମ ସାରି ଘରକୁ ଫେରୁଥିବା ସମୟରେ ଲୁଟେରାଙ୍କ ହାବୁଡରେ ପଡିଥିଲେ । ଏପରିକି ଲୁଟେରାମାନେ ମୋବାଇଲ ଲୁଟ୍ କରିବା ଲାଗି ଯୁବତୀଙ୍କୁ ୧୫୦ ମିଟର ର୍ପ୍ୟନ୍ତ ଘୋଷାଡି ନେଇଥିଲେ ।

ପୋଲିସ ରିପୋର୍ଟ ଅନୁଯାୟୀ ଦୁଇଜଣ ଦୁର୍ବୃତ୍ତ ଯୁବତୀଙ୍କ ମୋବାଇଲ ଛଡ଼ାଇବାକୁ ଯାଇ ଏପରି ଅମାନବୀୟ କାଣ୍ଡ ଘଟାଇଥିଲେ । ଯୁବତୀ ଜଣକ ସଂଘର୍ଷ କରିବାକୁ ଚେଷ୍ଟା କରିଥିଲେ ହେଁ ଗୁରୁତର ଭାବେ ଆହତ ହୋଇଥିଲେ । ଅଭିୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିବାରେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଏହି ଘଟଣାରେ ଏର୍ପ୍ୟନ୍ତ କାହାରି ଗିରଫଦାରୀ ହୋଇନାହିଁ ।

Comments are closed.