ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୀମାନ୍ତରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ଧରଣର ସଫଳତା । ଏନ୍କାଉଣ୍ଟରରେ କୋଟିଏ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ଚଳପତି ଓରଫ ଜୟରାମର ମୃତ୍ୟୁ ହୋଇଛି । ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ପୋଲିସ ଓ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଥିବା ମାୋବାଦୀଙ୍କ ମଧ୍ୟରେ ଏହି ମାଓବାଦୀ ଜଣକ ରହିଛି ।
ନକ୍ସଲମାନଙ୍କର ଓଡ଼ିଶା କମିଟିର ସଦସ୍ୟ ଚଳପତି ଓରଫ ଜୟରାମ ଓରଫ ରାମଚନ୍ଦ୍ରନ ଓରଫ ପ୍ରତାପ ରେଡ୍ଡୀ ଥିଲା । ସେ ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲା ବଂଗାରମ ପଟେମ ଥାନା ଅଧୀନ ପାଇପଲୀ ଗ୍ରାମର ବୋଲି ଜଣାପଡିଛି । ୬୧ ବର୍ଷୀୟ ଚଳପତି ୨୦୨୧ ଜାନୁଆରିରେ ଛତିଶଗଡ଼ ଆସିଥିଲା । ଚଳପତିର ପତ୍ନୀ ଅରୁଣା ମଧ୍ୟ ଓଡ଼ିଶା ରାଜ୍ୟ କମିଟିର ସଦସ୍ୟ ଅଛି ।
ଅନ୍ୟପଟରେ ଓଡ଼ିଶା-ଛତିଶଗଡ଼ ସୀମାର କୁହ୍ଲାଡୀ ଘାଟ ଜଙ୍ଗଲରେ ଏବେ ବି ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି ।
Comments are closed.