Latest Odisha News

BREAKING NEWS

[ଭିଡିଓ] ନାଗାଲାଣ୍ଡ ଗାୟକ ଗାଇଲେ କିଶୋର ଦା’ଙ୍କ ବଙ୍ଗଳା ଗୀତ !

ଭୁବନେଶ୍ୱର: ଲିଜେଣ୍ଡାରି ସିଙ୍ଗର କିଶୋର କୁମାର । ଏହି ମହାନ ଗାୟକଙ୍କୁ କିଏ ବା ନ ଜାଣେ । ନିକଟରେ ବେଶ ନିଆରା ଅନ୍ଦାଜରେ କିଶୋର କୁମାରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଜଣେ ନାଗାଲାଣ୍ଡ ଗାୟକ । ୧୯୫୮ରେ ବଙ୍ଗଳା ଭାଷାରେ ରିଲିଜ୍ ହୋଇଥିବା ଫିଲ୍ମ ଲୁକୋଚୁରିର ଏକ ଗୀତକୁ ନାଗାଲାଣ୍ଡ ଗାୟକ ନିଜ କଣ୍ଠରେ ସଜାଇଛନ୍ତି ।

“ସିଙ୍ଗ୍ ନୈ ତୋବୁ ନାମ୍ ତାର ସିଂହ” ଲିରିକ୍ସ ଲାଇନର ଏହି ଗୀତଟିକୁ ନାଗାଲାଣ୍ଡର ପପୁଲାର ସିଙ୍ଗର ଏନ୍‌.କେ ନାଗା ଗାଇ ଚର୍ଚ୍ଚାକୁ ଆସିଛନ୍ତି । ଏହି ଗୀତଟିକୁ ସେ ୟୁଟ୍ୟୁବରେ ସେୟାର କରି ରାତାରାତି ଭାଇରାଲ୍ ତାଲିକାରେ ସାମିଲ ହୋଇଛନ୍ତି ।

କମଲ ମଜୁମଦାରଙ୍କ ନିର୍ଦ୍ଦେଶିତ ଫିଲ୍ମ ଲୁକେଚୋରିରେ ମାଲା ସିହ୍ନା ଓ ଅନିତା ଗୁହାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଏହି ଫିଲ୍ମରେ ଅଭିନୟ କରିବା ସହ ନିଜ କଣ୍ଠଦାନ କରିଥିଲେ କିଶୋର କୁମାର । ଏଥିରେ ଦର୍ଶକ ତାଙ୍କୁ ଡବଲ୍ ରୋଲ୍‌ରେ ଦେଖିବାକୁ ପାଇଥିଲେ ।

Leave A Reply

Your email address will not be published.