Latest Odisha News

BREAKING NEWS

ଇଣ୍ଟରନେଟ୍‌ରେ ଭାଇରାଲ୍ ” ଅରେ ୟାର୍ “

ନାଗପୁର: ଦେଶବ୍ୟାପୀ ଲକଡାଉନ୍‌ରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖାସ୍ କରି ଦାଢି ଓ ଚୁଟି କାଟିବା ଭଳି ଅତ୍ୟାବଶକୀୟ ସେବାରୁ ବଂଚିତ ହୋଇ ଲୋକେ ନାନା ହଇରାଣ ହରକତ ହୋଇଥିଲେ । ତେବେ ଚୁଟି କାଟିବା ଭଳି ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଜଣେ କୁନି ପୁଅର ଭିଡିଓ ଭାଇରାଲ୍ ହୋଇଛି ।

କରୋନା ଭୟରେ ବାହାରେ ସେଲୁନ୍‌ରେ ଛୋଟ ପିଲାଙ୍କ ଚୁଟି କାଟିବା ସମ୍ଭବପର ହୋଇନଥିଲା । ତେଣୁ ଘରେ ନିଜ ପିଲାମାନଙ୍କ ଚୁଟି କାଟିବା ବାପାମାଆଙ୍କ ପାଇଁ ଚ୍ୟାଲେଂଜ ପାଲଟିଥିଲା । ଏଭଳି ଚ୍ୟାଲେଂଜକୁ ଗ୍ରହଣ କରି ଜଣେ ବାପା ନିଜ ପୁଅର ଚୁଟି କାଟିବାକୁ ପ୍ରୟାସ କରିଥିଲେ । ହେଲେ ସେହି ସମୟର ଭିଡିଓଟି ଏତେ ମଜାଦାର ଥିଲା ଯେ ଖୋଦ ନିଜ ପୁଅର ଭିଡିଓକୁ ତାଙ୍କ ବାପା ସୋସିଆଲ୍ ମିଡିଆରେ ସେୟାର କରିଥିଲେ ।

ମହାରାଷ୍ଟ୍ର ନାଗପୁରର ଅନୁପ ନାମକ ଜଣେ ବ୍ୟକ୍ତି ନିଜ ପୁଅ ଅନୁଶ୍ରୁତର ଭିଡିଓକୁ ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ଗତକାଲିଠୁ ଏହି ଭିଡିଓକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି । ଚୁଟି କାଟିବାବେଳେ କୁନି ପୁଅ ଜଣକ ବେଶ ମଜାଦାର ଅନ୍ଦାଜରେ ନିଜ ଚୁଟି କାଟିବାକୁ ମନା କରିଥିଲେ । ଖାସ୍ କୁନି ଝିଅର ଏହି ଅନ୍ଦାଜ ପାଇଁ ଭିଡିଓଟି ଖୁବ ଭାଇରାଲ୍ ହୋଇଛି ।

Leave A Reply

Your email address will not be published.