Latest Odisha News

ସାଇକେଲ ହ୍ୟାଣ୍ଡେଲ ଛାଡ଼ି ପତଲି କମରିଆଁ ଗୀତରେ ଡ୍ୟାନ୍ସ କଲେ ଯୁବତୀ….  

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଚାଲିଛି ରିଲ୍‌ସର ଟ୍ରେଣ୍ଡ । ସବୁବେଳେ ବିଭିନ୍ନ ଭିଡିଓ ଭାଇରାଲ ହେଉଛି । କିଛି ଭିଡିଓ ୟୁଜରଙ୍କ ପସନ୍ଦ ହେବା ସହ ଭିଡିଓଟିର ମଜା ଉଠାଉଛନ୍ତି । ଏମିତି ରିଲ୍‌ କରିଥାନ୍ତି, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବତୀ ସାଇକେଲର ହ୍ୟାଣ୍ଡେଲ ନ ଧରି ‘ପତଲି କମରିଆଁ ମୋରି’ ଗୀତରେ ଡ୍ୟାନ୍ସ କରୁଛନ୍ତି । ଯୁବତୀଙ୍କ ଏପରି ଅଜବ ଷ୍ଟଣ୍ଟ୍‌ ଡ୍ୟାନ୍ସକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି।

 

View this post on Instagram

 

A post shared by 🍁 B_ush_ra🍁 (@iamsecretgirl023)

ଭିଡିଓଟିରେ ଯୁବତୀ ଜଣକ ପାରମ୍ପରିକ ସାଲଓ୍ବାର ଶୁଟ୍‌ ପିନ୍ଧି କଶ୍ମୀର ଝିଅମାନଙ୍କ ପରି ତାଙ୍କ ମୁଣ୍ଡରେ ସ୍କାର୍ଫ ବାନ୍ଧିଛନ୍ତି । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ସାଇକେଲ ଚଲାଇବା ସମୟରେ ସେ ହ୍ୟାଣ୍ଡେଲ ଛାଡ଼ି ଡ୍ୟାନ୍ସ କରୁଛନ୍ତି । ଏହି ସମୟରେ ସେ ସାଇକେଲ ଚଲାଇବା ମଧ୍ୟ ବନ୍ଦ କରିନାହାଁନ୍ତି ।ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି । ଯାହାକୁ ଲୋକ ଖୁବ୍‌ ପସନ୍ଦ କରିବା ସହ କମେଣ୍ଟ କରିଛନ୍ତି  । କିଛି ୟୁଜର୍ସ ତାଙ୍କୁ ସତର୍କ ରହିବା ପାଇଁ କହିଛନ୍ତି ।

 

Leave A Reply

Your email address will not be published.