Latest Odisha News

BREAKING NEWS

ହକି ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ଜିତିଲା ଆର୍ଜେଂଟିନା

ଭୁବନେଶ୍ୱର: ଆର୍ଜେଂଟିନାକୁ ହକି ବିଶ୍ୱକପ ୨୦୨୩ର ପ୍ରଥମ ମୁକାବିଲା ଜିତିବା ଶ୍ରେୟ ଯାଇଛି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ଆର୍ଜେଂଟିନା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ମାଇକୋ କାସେଲ୍ଲା ମ୍ୟାଚର ୪୩ତମ ମିନିଟରେ ବିଜୟସୂଚକ ଗୋଲଟି ସ୍କୋର କରିଥିଲା । ସମ୍ପୂର୍ଣ୍ଣ ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଥିଲା । ପ୍ରଥମ କ୍ୱାର୍ଟରରେ ଉଭୟ ଟିମ ରକ୍ଷଣାତ୍ମକ ଢ଼ଙ୍ଗରେ ଖେଳିଥିଲେ । ଦକ୍ଷିଣ ଆଫ୍ରିକା ଗୋଟିଏ ସୁଯୋଗ ପାଇଥିଲେ ମଧ୍ୟ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲା । ଦ୍ୱିତୀୟ କ୍ୱାର୍ଟରରେ ମ୍ୟାଚର ବେଗ ଦ୍ରୁତ ହୋଇଥିଲା । ନିକୋଲସ କାନାନଙ୍କୁ ୟେଲୋ କାର୍ଡ ମିଳିଥିଲା । ୫ ମିନିଟ ପର୍ଯ୍ୟନ୍ତ ଆର୍ଜେଂଟିନା ୧୦ଜଣଙ୍କୁ ନେଇ ଖେଳିଥିଲେ ମଧ୍ୟ ଫାଇଦା ଉଠାଇ ପାରି ନ ଥିଲା ଦକ୍ଷିଣ ଆଫ୍ରିକା ।

BjdElectrycity

ତୃତୀୟ କ୍ୱାର୍ଟରରେ ୨ଟି ପେନାଲ୍ଟି କର୍ଣ୍ଣର ସୁଯୋଗ ହାତଛଡା କରିଥିଲା ଆର୍ଜେଂଟିନା । ମାତ୍ର ଏହାର କିଛି ସମୟରେ କାସଲେ ଦଳ ପାଇଁ ବହୂମୂଲ୍ୟ ଗୋଲଟି ଦେଇଥିଲେ । ୪ର୍ଥ କ୍ୱାର୍ଟରରେ ଦକ୍ଷିଣ ଆଫ୍ରିକା ପେନାଲ୍ଟି କର୍ଣ୍ଣର ସୁଯୋଗ ହରାଇଥିଲା । କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ମୁକାବିଲାରେ ଫ୍ରାନ୍ସକୁ ଭେଟିବ ଅପେକ୍ଷାକୃତ ଶକ୍ତିଶାଳୀ ଟିମ ଅଷ୍ଟ୍ରେଲିଆ । ଭୁବନେଶ୍ୱରରେ ଏହି ମ୍ୟାଚକୁ ଦର୍ଶକ ଭରପୂର ଉପଭୋଗ କରିଥିଲେ ।

Leave A Reply

Your email address will not be published.