Latest Odisha News

BREAKING NEWS

ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ବନ୍ଧା ହେଲେ ଯୁବକ

ଯାଜପୁର: ଜଣେ ବିବାହିତା ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି।

ଅଭିଯୁକ୍ତ ଯୁବକ ଜଣଙ୍କ ହେଉଛନ୍ତି ଭୁବନ ଗାଁର ପ୍ରଶାନ୍ତ କୁମାର ରାଉଳ। ବୁଧବାର ଦିନ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ଖବର ଅନୁଯାୟୀ, ଏହି ଯୁବକ ଜଣଙ୍କ ମହିଳାଙ୍କ ଆପତ୍ତିଜନକ ଭିଡିଓଟିକୁ ମହିଳାଙ୍କର ଜଣେ ପଡ଼ୋଶୀ, ସ୍ଥାନୀୟ ଏକ ପାନ ଦୋକାନୀ ଏବଂ ଅନ୍ୟ ଚାରିଜଣଙ୍କ ନିକଟକୁ ପଠାଇଥିଲେ। ପରେ ଏହି ଭିଡ଼ିଓ କ୍ଲିପଟି ଭାଇରାଲ୍ ହୋଇଯାଇଥିଲା।

ମହିଳା ଜଣକ ଏ ବିଷୟରେ ଜାଣିବା ପରେ ସେ ଧର୍ମଶାଳା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.