Latest Odisha News

BREAKING NEWS

କୋହଲା ପାଗ ସାଙ୍ଗକୁ ରାଜ୍ୟରେ ବଢୁଛି ଶୀତ

ଭୁବନେଶ୍ୱର: ବାତ୍ୟା ନିଭାର ପ୍ରକୋପରେ ଓଡ଼ିଶାରେ ପାଗ କୋହଲା ରହିଛି। ଦିନର ତାପମାତ୍ରା ଅସ୍ୱାଭାବିକ ଭାବେ କମିଯାଇଛି । ଦିନବେଳା ଥଣ୍ଡା ପବନ ଯୋଗୁ ଭୀଷଣ ଶୀତ ମଧ୍ୟ ଅନୁଭୂତ ହେଉଥିବା ଦେଖାଯାଇଛି।

ଆଜି ଦକ୍ଷିଣ ଓଡ଼ିଶାର ପ୍ରାୟ ୮ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରିର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଆଦି ଜିଲ୍ଲାର ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ସୂଚନାନୁସାରେ, ରାଜ୍ୟର ୧୩ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ସେଲସିୟସ୍‌ ଭିତରେ ରହିଛି ।ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଦିନରେ ତାପମାତ୍ରା ୨୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

ଅନ୍ୟପଟେ ବାତ୍ୟା ନିଭାର ଅତି ଭୟଙ୍କର ରୂପ ନେଇ ତାମିଲନାଡ଼ୁ ଓ ପୁଡୁଚେରିରେ ବ୍ୟାପକ କ୍ଷୟକ୍ଷତି କରିଛି। ଏହାର ପ୍ରଭାବରେ ବୁଧବାରଠାରୁ ଏହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା, ପବନ ଆରମ୍ଭ ହୋଇଯାଇଛି। ସେହିପରି ବିଳମ୍ବିତ ରାତିରେ ବର୍ଷା ସାଙ୍ଗକୁ ପବନ ପ୍ରକୋପ ବଢ଼ି ଚାଲିଛି । ଅନେକ ଅଞ୍ଚଳରେ ବିଜୁଳି ଖୁଣ୍ଟ, ଗଛ ଉପୁଡ଼ିଥିବାବେଳେ କଚ୍ଚା ଘର ମାଟିରେ ମିଶିଯାଇଥିବା ଜଣାପଡିଛି ।

Leave A Reply

Your email address will not be published.