Latest Odisha News

BREAKING NEWS

ବିଶ୍ୱାସର ଡୋରିରେ ବନ୍ଧା ବନ୍ଧୁତା

ବିଶ୍ୱାସ ଡୋରିରେ ବନ୍ଧା ବନ୍ଧୁତା। ଭଗବାନଙ୍କର ଏକ ଆକସ୍ମିକ ଓ ଅମୂଲ୍ୟ ଉପହାର। ବନ୍ଧୁତା ସାଗର ପରି ଗଭୀର, ଆକାଶ ପରି ଅସୀମ। ଶୂନ୍ୟତାରେ ଭରିଦିଏ ଅସଂଖ୍ୟ ଖୁସିର ଫଗୁଣ। ବନ୍ଧୁତା ଦେଖେନା ଜାତିଅଜାତି, ରୂପରଙ୍ଗ, ମଣିଷ, ପଶୁପକ୍ଷୀ କି ସାନବଡ଼। ବନ୍ଧୁ ଭିତରେ ନିର୍ମଳ ମନ ଟିଏ ହିଁ ଖୋଜେ ପ୍ରକୃତ ବନ୍ଧୁ। କିଛି ବନ୍ଧୁତା ଅକସ୍ମାତ ଗଢ଼ାହୁଏ, ଆଉ ସବୁଦିନ ପାଇଁ ଅମର ହୋଇଯାଏ।

ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ  ହେଉଛି। ଯେଉଁଥିରେ ମଣିଷ ଓ ପକ୍ଷୀ ମଧ୍ୟରେ ଥିବା ବନ୍ଧୁତା ଦେଖିବାକୁ ମିଳିଛି । ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ମହମ୍ମଦ ଆରିଫ । ସେ ଉତ୍ତରପ୍ରଦେଶ ଅମେଠିର ବାସିନ୍ଦା ।

ପ୍ରାୟ ବର୍ଷେ ପୂର୍ବେ ଆରିଫ ଏକ ପକ୍ଷୀକୁ ଆହତ ଅବସ୍ଥାରେ ଦେଖିଥିଲେ। ପକ୍ଷୀଟି ଗଭୀର ଆଘାତ ପାଇଥିବାରୁ ସେ ଠିକ ଭାବେ ଉଡ଼ି ପାରୁ ନଥିଲା। ତେଣୁ ଆରିଫ ସେହି ପକ୍ଷୀଟିକୁ ଆହତ ଅବସ୍ଥାରେ ଉଦ୍ଧାର କରି ଘରକୁ ନେଇ ଆସିଥିଲେ। ପକ୍ଷୀକୁ ଖାଇବାକୁ ଦେବା ସହ ତାର  ଚିକିତ୍ସା କରିଥିଲେ। ଧୀରେଧୀରେ ପକ୍ଷୀ ସୁସ୍ଥ  ହୋଇଥିଲା ।

ପରେ ଆରିଫ ପକ୍ଷୀକୁ ମୁକ୍ତ କରିଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ପକ୍ଷୀଟି କିଛି ବାଟ ଉଡିଯିବା ପରେ ପୁଣିଥରେ ଆରିଫଙ୍କ ପାଖକୁ ଫେରି ଆସିଥିଲା। ତାଙ୍କ ପାଖଛାଡ଼ି କେଉଁଆଡେ ବି ଯାଇ ନଥିଲା । ସେବେଠୁ ଆରିଫ କୌଣସି କାମରେ ଘରୁ ବାହାରକୁ ଗଲେ ପକ୍ଷୀ ବି ତାଙ୍କ ସହିତ ଉଡିଉଡ଼ି ଯାଇଥାଏ। ଆରିଫ ଓ ପକ୍ଷୀଙ୍କ ମଧ୍ୟରେ ଏଭଳି ବନ୍ଧୁତା ବାସ୍ତବରେ ହୃଦୟସ୍ପର୍ଶୀ ।

Comments are closed.