ବିହାର: ଦିନ ଦ୍ୱିପହରେ ପୋଲିସକୁ ଖୋଲାଖୋଲି ମରଣାନ୍ତକ ଆକ୍ରମଣ । ସୋସିଆଲ ମିଡିଆରେ ଭଇରାଲ୍ ହୋଇଥିବା ଏହି ଭିଡିଓଟି ବିହାର ପାଟନାରୁ ଆସିଛି । ଯେଉଁଠି ମଦ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଥିଲେ ଜଣେ ପୋଲିସ କର୍ମଚାରୀ ।
ପୋଲିସ କର୍ମୀଙ୍କ ଦୋଷ କେବଳ ଏତିକି ଥିଲା ବେଆଇନ ମଦ କାରବାରକୁ ନେଇ ସେମାନେ ଚଢାଉ କରିଥିଲେ । ହେଲେ କିଛି ଯୁବକ ଓ ମହିଳା ମଦ ବେପାରୀଙ୍କ ଆକ୍ରମଣର ଶିକାର ହୋଇ ଜଣେ ପୋଲିସ ଲହୁଲୁହାଣ ହୋଇଥିଲେ । ଘଟଣାସ୍ଥଳରୁ ଦୁଇଜଣ ପୋଲିସ ଅଧିକାରୀ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ହେଲେ ଏକାକି ପଡିଯାଇଥିବା ପୋଲିସ କର୍ମୀଙ୍କୁ ଅଭିଯୁକ୍ତମାନେ ମାଡ ମାରି ରକ୍ତାକ୍ତ କରିଦେଇଥିଲେ । ଏହି ଘଟଣାକୁ ନେଇ କେହି ଗିରଫ ହୋଇଛନ୍ତି କି ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ।
Comments are closed.