Latest Odisha News

BREAKING NEWS

ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଦେଖିପାରିବେନି ଶ୍ରଦ୍ଧାଳୁ

ପୁରୀ: ଆସନ୍ତା ନଭେମ୍ବର ୨୭ ତାରିଖରେ ହେବାକୁ ଥିବା ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ବିନା ଭକ୍ତରେ ହେବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ନିଷ୍ପତ୍ତି ନେଇଛନ୍ତି । ଚଳିତ ଥର କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

ଗତ ଗୁରୁବାର ସନ୍ଧ୍ୟାରେ ଛତିଶା ନିଯୋଗ ଓ ସବ୍ କମିଟି ମଧ୍ୟରେ ହୋଇଥିବା ଭର୍ଚୁଆଲ୍ ମିଟିଂ ପରେ ମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତିି ନେଇଛନ୍ତି ।

ଉକ୍ତ ମିଟିଂରେ ଏସଜିଟିଏ ମୁଖ୍ୟ ପ୍ରଶାସକ କ୍ରିସନ୍ କୁମାର, ଛତିଶା ନିଯୋଗ ମୁଖ୍ୟ ଜନାର୍ଦ୍ଦନ ପାଟ୍ଟଯୋଶୀ, ଜିତେନ୍ଦ୍ର କୁମାର ସାହୁ, ଅଜୟ କୁମାର ଜେନା, ଭିତରଛୁ ସେବାୟତ ଓ ମନ୍ଦିରର ପରିଚାଳନା କମିଟି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଅଧିକ ପଢନ୍ତୁ- ଦୀର୍ଘ ୨୫ ବର୍ଷ ପରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ

Leave A Reply

Your email address will not be published.