Latest Odisha News

BREAKING NEWS

[ଭିଡିଓ] ତାଜୁବ କଲା ମହିଳାଙ୍କ ଶାଢୀ !

ଭୁବନେଶ୍ୱର: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ପଛରେ ପକାଇଲେ ଏହି ମହିଳା । ଫିଲ୍ମ ୟାରାନାରେ ଅମିତାଭ ଲାଇଟିଂ ଡ୍ରେସ୍ ପିନ୍ଧି ସାରା ଜମାନା ହସିନୋଁ କା ଦିୱାନା ଭଳି ଗୀତରେ ଡାନ୍ସ କରିଥିଲେ । ହେଲେ ଏହି ମହିଳା ଜଣକ କିନ୍ତୁ ବିନା ଡାନ୍ସରେ ଅମିତାଭଙ୍କୁ ବଳିଯାଇଛନ୍ତି ।

ଏକ ନିଆରା ଶାଢୀ ପିନ୍ଧି ମହିଳା ଜଣକ ଇଣ୍ଟରନେଟ୍‌ରେ ଚର୍ଚ୍ଚାକୁ ଆସିଛନ୍ତି । ଶାଢୀରେ ଲାଗିଛି ଲମ୍ବା ଲାଇଟ୍ ମାଳ । ଭିଡିଓଟି କେବେ ଓ କିଏ ସୁଟ୍ କରିଥିଲା, ତାହା ଜଣାପଡିନି । ହେଲେ ସୋସିଆଲ୍ ମିଡିଆରେ କିନ୍ତୁ ଏହି ମହିଳାଙ୍କ କାରନାମା ଖୁବ ଭାଇରାଲ୍ ହୋଇଛି ।

ମହିଳାଙ୍କୁ ଏପରି ଅଜବ ଶାଢୀ ପିନ୍ଧିଥିବା ଦେଖି ଅନେକ ଲୋକ ହସିଥିଲେ । ହେଲେ ମହିଳା ଜଣକ କିନ୍ତୁ ବେଶ ଖୁସୀ ଥିବା ଜଣାପଡିଥିଲା । ଏହି ଭିଡିଓର ଭିୟର୍ସିପ୍ ଲକ୍ଷେରୁ ଅଧିକ ଥିଲାବେଳେ ମହିଳାଙ୍କ କାରନାମା ରାତାରାତି ଚର୍ଚ୍ଚାକୁ ଆସିଛି

Leave A Reply

Your email address will not be published.