Latest Odisha News

BREAKING NEWS

ରିଲିଜ୍ ଅପେକ୍ଷାରେ କରନ୍ ଜୋହରଙ୍କ ମିନାକ୍ଷୀ ସୁନ୍ଦରେଶ୍ୱର !

ମୁମ୍ବାଇ: ଧୀରେଧୀରେ ସୋସିଆଲ୍ ମିଡିଆରେ ସକ୍ରିୟ ହେଉଛନ୍ତି ଫିଲ୍ମ ନିର୍ମାତା କରନ୍ ଜୋହର । ନିକଟରେ କରନ୍ ଏକ ସରପ୍ରାଇଜ ପୋଷ୍ଟ ଜରିଆରେ ସମସ୍ତଙ୍କୁ ଚକିତ କରିଛନ୍ତି । ଏହି ପୋଷ୍ଟରେ ସେ ନିଜର ଅପକମିଂ ନେଟଫ୍ଲିକ୍ସ ପ୍ରୋଜେକ୍ଟକୁ ନେଇ ଘୋଷଣା କରିଛନ୍ତି ।

ସାନ୍ୟା ମଲହୋତ୍ରା ଓ ଅଭିମନ୍ୟୁ ଦଶାନୀଙ୍କୁ ନେଇ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ୱେବ୍ ସିରିଜ ମିନାକ୍ଷୀ ସୁନ୍ଦରେଶ୍ୱର । ଲୁଡୋ ଭଳି ୱେବ୍ ସିରିଜ ପରେ ଅଭିନେତ୍ରୀ ସାନ୍ୟା ମିନାକ୍ଷୀ ସୁନ୍ଦରେଶ୍ୱରରେ ଆସୁଥିବାବେଳେ ଫାଷ୍ଟ ଲୁକ୍‌କୁ ଖୋଦ୍ କରନ୍ ଜୋହର ରିଲିଜ୍ କରିଛନ୍ତି ।

 

View this post on Instagram

 

A post shared by Karan Johar (@karanjohar)

ଏହି ପୋଷ୍ଟରରେ ଅଭିମନ୍ୟୁ ଓ ସାନ୍ୟା ଟ୍ରାଡିସ୍ନାଲ୍ ସାଉଥ୍ ଇଣ୍ଡିଆନ୍ ୱେଡିଂ ଆଉଟଫିଟରେ ନଜର ଆସିଛନ୍ତି । ଏହି ୱେବ୍ ସିରିଜର ନିର୍ଦ୍ଦେଶନା ଭାର ଡେବ୍ୟୁଟାଣ୍ଟ ଡିରେକ୍ଟର ବିବେକ ସୋନୀ । ଅନ୍ୟପଟେ କାହାଣୀ ଭାର ସମ୍ଭାଳିଛନ୍ତି ଅର୍ସ ବୋରା ।

Leave A Reply

Your email address will not be published.