Latest Odisha News

BREAKING NEWS

ବିରୁଷ୍କାଙ୍କୁ ଆତଙ୍କବାଦୀ ଆଖ୍ୟା ?

ମୁମ୍ବାଇ: କନ୍ୟା ସନ୍ତାନ ଜନ୍ମ ହେବାଠୁ ଚର୍ଚ୍ଚାରେ ରହିଛନ୍ତି ବିରାଟ ଓ ଅନୁଷ୍କା । ତେବେ ନିକଟରେ ଏକ ଖବର କାଗଜ ବିରାଟ ଓ ଅନୁଷ୍କାଙ୍କ ଫଟୋ ଏକ ସଙ୍ଗୀନ ମାମଲାରେ ଛାପିବା ପରେ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ପାୱାର କପଲଙ୍କ ଫଟୋକୁ ଏକ ଆତଙ୍କବାଦୀ ସଙ୍ଗଠନ ସହ ଯୋଡି ସଂପୃକ୍ତ ଖବର କାଗଜ ବହୁମାତ୍ରାରେ ସମାଲୋଚିତ ହୋଇଛି ।

ଜୈସ୍‌-ଇ-ମହମ୍ମଦ ନାମକ ଆତଙ୍କବାଦୀ ସଙ୍ଗଠନ ସଂପର୍କିତ ଏକ ଆର୍ଟିକଲରେ ଲାଗିଛି ବିରାଟ ଓ ଅନୁଷ୍କାଙ୍କ ଫଟୋ । ଏହି ଖବର ପ୍ରସାରିତ ହେବା ପରେ ଦ ହିଟାୱଡା ନାମକ ଏକ ଖବର କାଗଜକୁ ଲୋକେ ସୋସିଆଲ ମିଡିଆରେ ବହୁଳମାତ୍ରାରେ ଟ୍ରୋଲ୍ କରିଛନ୍ତି ।

କୌଣସି ଖବର କାଗଜ ସଂସ୍ଥା କିମ୍ବା ଟିଭି ଚ୍ୟାନେଲ ଦ୍ୱାରା ଭୁଲ ଖବର ପ୍ରସାରିତ ହେବା କିଛି ନୂଆ କଥା ନୁହେଁ । ହେଲେ ବିରାଟ କୋହଲିଙ୍କ ଭଳି କ୍ରିକେଟର ଓ ଅନୁଷ୍କାଙ୍କ ଭଳି ବଲିଉଡ କଳାକାରଙ୍କୁ ନେଇ ଏଭଳି ଭୁଲ୍ ଆଦୌ ଗ୍ରହଣୀୟ ନୁହେଁ । ଏହି ଖବରକୁ ନେଇ ଲୋକଙ୍କ ଆକ୍ରୋଶ ସାମ୍ନାକୁ ଆସିଥିଲେ ବି ବିରୁଷ୍କାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.