Latest Odisha News

BREAKING NEWS

ପୁରୀରେ ପ୍ରତିଦିନ ଦୁଇ ଶହ ପଜିଟିଭ୍, ୯ ହଜାର ଟପିଲା କରୋନା କେସ୍

ପୁରୀ: ସେପ୍ଟେମ୍ବରରେ ପୁରୀ ଜିଲ୍ଲାରେ କରୋନା ସ୍ଥିତି ଉଦବେଗଜନକ । ବେକାବୁ ମହାମାରୀ । ଏବେ ପ୍ରତିଦିନ ଦୁଇ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୨୦୩ ନୂଆ ପଜିଟିଭ୍ ବାହାରିଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ପାର କରିଛି ।
ସେପ୍ଟେମ୍ବରରେ ଦୈନିକ ହାରାହାରି ୨୦୦ ପଜିଟିଭ୍ 
ପୁରୀ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୭୪କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ସେପ୍ଟେମ୍ବରରେ ଜିଲ୍ଲାରେ ହୁ ହୁ ହୋଇ ବଢ଼ିଛି କରୋନା ଗ୍ରାଫ୍ । ଅଧିକାଂଶ ଦିନ ଦୁଇ ଶହରୁ ଅଧିକ ପଜିଟିଭ୍ ବାହାରିଛନ୍ତି । ଗତ ୮ ତାରିଖରେ ଗୋଟିଏ ଦିନରେ ସର୍ବାଧିକ ୩୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
୮ ଦିନରେ ୧୯୪୫ ନୂଆ ଆକ୍ରାନ୍ତ

ସରକାରୀ ତଥ୍ୟ ଅନୁସାରେ, ଗତ ୮ ଦିନରେ ପୁରୀ ଜିଲ୍ଲାରୁ ୧୯ ଶହ ୪୫ ନୂଆ ସଂକ୍ରମିତ ବାହାରିଛନ୍ତି । ୨୨ ତାରିଖରେ ୨୧୯ ପଜିଟିଭ୍ କେସ ସାମନାକୁ ଆସିଥିବା ବେଳେ ୨୧ ତାରିଖରେ ୨୬୫ ଓ ୨୦ ତାରିଖରେ ଚିହ୍ନଟ ହୋଇଥିଲେ ୧୮୨ ନୂଆ ଆକ୍ରାନ୍ତ ।
ବେକାବୁ ସଂକ୍ରମଣ, ବଢୁଛି ମୃତ୍ୟୁସଂଖ୍ୟା
ସେହିପରି ଗତ ୧୯ ତାରିଖରେ ୨୯୨ ନୂଆ ସଂକ୍ରମିତ ବାହାରିଥିଲେ । ୧୮ ତାରିଖରେ ଏହି ସଂଖ୍ୟା ଥିଲା ୩୨୬ । ୧୭ ତାରିଖରେ ୧୬୬ ଓ ୧୬ ତାରିଖରେ ୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ବର୍ତ୍ତମାନ ଜିଲ୍ଲାରେ ୧୮ ଶହ ୫୩ ଆକ୍ଟିଭ୍ କେସ୍ ରହିଛି । ସୁସ୍ଥ ହୋଇଛନ୍ତି ୭ ହଜାର ୧୭୪ ସଂକ୍ରମିତ । ଜିଲ୍ଲାରେ ୪୪ ଜଣଙ୍କର ଜୀବନ ନେଇଛି କରୋନା । ଏପ୍ରିଲ ମାସରେ ପୁରୀରୁ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ ।

Leave A Reply

Your email address will not be published.