Latest Odisha News

BREAKING NEWS

ୱିଲିୟମସନଙ୍କ ଅବସର, ଭାବପ୍ରବଣ ହେଲେ କୋହଲି

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଲୋକପ୍ରିୟ କ୍ରିକେଟର କେନ ୱିଲିୟମସନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଜଣେ ଭଲ ଏବଂ ଭଦ୍ର କ୍ରିକେଟର ଭାବେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଅବସର ନିଷ୍ପତି ଅନେକ କ୍ରିକେଟରଙ୍କୁ ଭାବପ୍ରବଣ କରିଛି । ଭାରତର ବିରାଟ କୋହଲି ମଧ୍ୟ ଏ ନେଇ ତାଙ୍କୁ ବାର୍ତା ପଠାଇଛନ୍ତି । ୧୯ ବର୍ଷରୁ କମ କ୍ରିକେଟରେ ୱିଲିୟମସନ ଓ କୋହଲି ଏକତ୍ର ଖେଳ ଆରମ୍ଭ କରିଥିଲେ । ପରେ ଉଭୟ ଆନ୍ତର୍ଜାତୀୟ ମୁକାବିଲାରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ଉଭୟଙ୍କ ବନ୍ଧୁତା ମଧ୍ୟ ନିବୀଡ ହୋଇଥିଲା ।

୩୫ ବର୍ଷୀୟ ୱିଲିୟମସନ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର ଗୌରବ ଅର୍ଜନ କରିଛନ୍ତି । ସେ ୩୭୮ ଆନ୍ତର୍ଜାତୀୟ ମ୍ୟାଚ ଖେଳି ୧୯୩୪୬ ରନ ସଂଗ୍ରହ କରିଛନ୍ତି । ଏଥିରେ ୪୮ ଶତକ ରହିଛି । ୱିଲିୟମସନ ୬ଟି ଦ୍ୱିଶତକ ମାରିଛନ୍ତି । ତାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଡବ୍ଲ୍ୟୁଟିସି ଫାଇନାଲରେ ଭାରତକୁ ହରାଇ ଚାମ୍ପିୟନ ହୋଇଥିଲା । କୋହଲି ଲେଖିଛନ୍ତି ଜଣେ ପ୍ରତିଦ୍ୱନ୍ଦ୍ୱୀରୁ ଆମେ ଭଲ ବନ୍ଧୁ ପାଲଟି ଯାଇଥିଲୁ । ଜୀବନ ସବୁବେଳେ ନୂଆ ଆରମ୍ଭ ପାଇଁ ସୁଯୋଗ ପ୍ରଦାନ କରିଥାଏ । ନିଶ୍ଚିତ ଭାବେ ତୁମ ଅଭାବ ପରିଲକ୍ଷିତ ହେବ ।

Leave A Reply

Your email address will not be published.